ଶପଥ ବ୍ୟୁରୋ : ଆଜିଠୁ ଆରମ୍ଭ ହେଉଛି ବର୍ଷର ଶେଷମାସ ଡିସେମ୍ବର। ତା ସହିତ ବଦଳିଯାଉଛି ଅନେକ ନିୟମ। ଯାହାକି ଆପଣଙ୍କ ଜୀବନକୁ ପ୍ରଭାବିତ କରିବ। ଆଜିଠୁ ସିମ୍ କାର୍ଡ, ୟୁପିଆଇ ଆଇଡି, ବ୍ୟାଙ୍କ କ୍ରେଡିଟ୍ କାର୍ଡ ସହ ଜଡିତ ନୂଆ ନିୟମ ଲାଗୁ ହେଉଛି । ଦେଶରେ ସିମ୍ କାର୍ଡ କିଣିବା ଓ ବିକିବା ନେଇ ନୂଆ ନିୟମ ଆସିଛି।
ପୂର୍ବରୁ ଲୋକମାନେ ଗୋଟିଏ ଆଇଡିରେ ଏକ ସଙ୍ଗେ ବହୁ ସିମ୍ କାର୍ଡ କିଣିପାରୁଥିଲେ। କିନ୍ତୁ ଆଜିଠୁ ଆଉ ଏପରି ହେବନି। ସୀମିତ ସଂଖ୍ୟାରେ ସିମ୍ କାର୍ଡ କିଣିବାକୁ ଅନୁମତି ମିଳିପାରିବ। ଜଣେ ଗ୍ରାହକ ଗୋଟିଏ ଆଧାର ପରିଚୟ ପତ୍ରରେ କେବଳ ୯ଟି ସିମ କାର୍ଡ କିଣିପାରିବେ। ସିମ କିଣିବା ପାଇଁ କ୍ୟୁଆର କୋଡ୍ ସ୍କାନ ସହ ଡେମୋଗ୍ରାଫି ତଥ୍ୟ ଦେବାକୁ ପଡିବ । ଯଦି ବ୍ୟବହାର କରୁଥିବା ସିମ କାର୍ଡ ବନ୍ଦ କରିଦେବେ ତେବେ ୯୦ଦିନ ଭିତରେ ଏହି ସିମ ଅନ୍ୟଜଣେ ଗ୍ରାହକଙ୍କୁ ଦିଆଯିବ। ସେହିପରି ସିମ୍ କାର୍ଡ ବିକ୍ରୀ କରୁଥିବା ବ୍ୟକ୍ତିଙ୍କୁ ରେଜିଷ୍ଟ୍ରେସନ ଓ ସିଷ୍ଟମରେ ସାମିଲ ହେବା ପୂର୍ବରୁ କେୱାଇସି ପ୍ରୋସେସ୍ ପୁରା କରିବାକୁ ହେବ। ସେହିପରି ବ୍ୟାଙ୍କରୁ ଲୋନ୍ ନେବା ଲାଗି ଜମା କରିଥିବା ସମ୍ପତ୍ତିର କାଗଜପତ୍ର ଫେରସ୍ତ ନେବାରେ ଗ୍ରାହକଙ୍କୁ ଆଉ ବିଶେଷ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ ।
ଆଜିଠୁ ବଦଳୁଛି ଏହି ନିୟମ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











