ବ୍ରହ୍ମଗିରି ; ଆଜିଠୁ ପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି । ଲାଇନରେ ଯାଇ ପ୍ରଭୁ ଅଲାରନାଥଙ୍କ ଦର୍ଶନ କରୁଛନ୍ତି । ଶ୍ରୀମନ୍ଦିରରେ ବର୍ଷସାରା ଦର୍ଶନ କଲେ ଯେଉଁ ଫଳପ୍ରାପ୍ତି ହୋଇଥାଏ ଅନବସରରେ ମହାପ୍ରଭୁ ଅଲାରନାଥଙ୍କୁ ଗୋଟିଏ ଥର ଦର୍ଶନ କଲେ ସମଫଳ ମିଳିଥାଏ ବୋଲି ବିଶ୍ବାସ ରହିଛି । ଆଜି ଭୋର ୪ଟାରୁ ଦ୍ବାରଫିଟା ହେବା ପରେ ମଙ୍ଗଳ ଆଳତି, ଅବକାଶ ବେଶ, ଚନ୍ଦନ ତୁଳସୀ ଲାଗି, ଦ୍ବାରପାଳ ପୂଜା, ସୂର୍ୟ୍ୟପୂଜା, ରୋଷହୋମ ଓ ଗୋପାଳ ବଲ୍ଲଭ ଉଠିବା ପରେ ଦର୍ଶନ ଚାଲିଛି।
Views: 8