The Ultimate Managed Hosting Platform
ADVERTISEMENT

ଆଜିଠୁ ପୌର ନିର୍ବାଚନ ନାମାଙ୍କନ ପତ୍ର ଦାଖଲ : ୯ରେ ପ୍ରାର୍ଥୀପତ୍ର ଯାଞ୍ଚ, ୧୪ରେ ପ୍ରତ୍ୟାହାର ସହ ପ୍ରକାଶ ପାଇବ ଚୂଡାନ୍ତ ତାଲିକା

Facebook
Twitter
LinkedIn

ଭୁବନେଶ୍ୱର : ଆଜିଠୁ ପୌର ନିର୍ବାଚନ ନାମାଙ୍କନ ପତ୍ର ଦାଖଲ । ରାଜ୍ୟରେ ଆଜିଠୁ ୧୦୬ଟି ପୌରସଂସ୍ଥା ଓ ୩ ଟି ମହାନଗର ନିଗମରେ ନିର୍ବାଚନ ନେଇ ନାମାଙ୍କନ ଆରମ୍ଭ ହେବ । ମହାନଗର ନିଗମ, ପୌରପାଳିକା ଓ ଏନ୍ ଏସିର ମେୟର, ପୌରାଧ୍ୟକ୍ଷ, କର୍ପୋରେଟର ଓ କାଉନସିଲର ନିର୍ବାଚନ ପାଇଁ ହେବାକୁ ଯାଉଛି ନାମାଙ୍କନ। ତେବେ ଏନେଇ ସ୍ଥାନୀୟ ଏଡିଏମ ଅଫିସରେ ନାମାଙ୍କନ ପତ୍ର ଦାଖଲ ହେବ ।


ନିର୍ବାଚନ ବିଜ୍ଞପ୍ତି ଅନୁଯାୟୀ, ଆଜିଠାରୁ ନାମାଙ୍କନ ଆରମ୍ଭ ହୋଇ ୭ ତାରିଖ ଯାଏ ଚାଲିବ । ଅର୍ଥାତ ୬ ଦିନ ଧରି ଏହି ପ୍ରକ୍ରିୟା ଚାଲିବ । ୯ତାରିଖରେ ନାମାଙ୍କନ ପତ୍ରଯାଞ୍ଚ ହେବ । ୧୪ରେ ନାମାଙ୍କନ ପତ୍ର ପ୍ରତ୍ୟାହାର ଏବଂ ଚୂଡାନ୍ତପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ତେବେ ମାର୍ଚ୍ଚ ୨୪ରେ ପୌର ନିର୍ବାଚନ ହେବ ଏବଂ ୨୬ରେ ଫଳାଫଳ ପ୍ରକାଶ ପାଇବ । କୋର୍ଟରେ ମାମଲା ଥିବାରୁ ସମ୍ବଲପୁର, ରାଉରକେଲା ମହାନଗର ନିଗମ ଏବଂ ପୁରୀ ମ୍ୟୁନିସପାଲିଟିରେ ଭୋଟ୍ ହେବ ନାହିଁ । ଏଥର ଭୋଟର ପ୍ରତ୍ୟକ୍ଷ ଭାବରେ ମେୟର ଏବଂ ପୌରାଧ୍ୟକ୍ଷ ବାଛିବେ । ତେବେ ମୋଟ ୪୫୮୪ଟି ବୁଥରେ ଇଭିଏମ୍ ମାଧ୍ୟମରେ ଭୋଟ ଗ୍ରହଣ ହେବ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login