ଭୁବନେଶ୍ୱର : ବର୍ଷାରେ କଲବଲ ହେଲେଣି ଲୋକେ । ଲଗାତାର ବର୍ଷା ହେବା ଫଳରେ ହନ୍ତସନ୍ତ ହେଲେଣି । ଅନ୍ୟପଟେ ଆଜିଠୁ ପୁଣି ବଢିବ ବର୍ଷାର ପରିମାଣ। ମୌସୁମୀ ଟ୍ରପଲାଇନ ପ୍ରଭାବରେ ଆସନ୍ତା ୩ଦିନ ଯାଏ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ମୌସୁମୀ ଟ୍ରପ ଲାଇନ ବିକାନେର ଠାରୁ ଗୋପାଳପୁର ପର୍ୟ୍ୟନ୍ତ ଲମ୍ବିଛି। ଏହା କ୍ରମଶଃ ପୂର୍ବ-ଦକ୍ଷିଣ ଦିଗରେ କେନ୍ଦ୍ରୀୟ ବଙ୍ଗୋପସାଗର ଆଡ଼କୁ ଗତି କରୁଛି। ଆଜି ପ୍ରବଳ ବର୍ଷା ଓ ବିଜୁଳି ଘଡ଼ଘଡ଼ି ନେଇ ୫ଜିଲ୍ଲା କେନ୍ଦୁଝର, ମୟୂରଭଞ୍ଜ, ମାଲକାନଗିରି, କୋରାପୁଟ ଓ ରାୟଗଡ଼ାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏହି ଜିଲ୍ଲାଗୁଡ଼ିକରେ ବର୍ଷା ସମୟରେ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ବିଜୁଳି ଓ ଘଡ଼ଘଡ଼ି ପାଇଁ ୨୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି।
Views: 60











