ନୂଆଦିଲ୍ଲୀ : ଦେଶରେ ଆଜିଠୁ ନୂଆ ଜିଏସଟି ସଂସ୍କାର ଆରମ୍ଭ । ନବରାତ୍ରିର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭେଟି । ନିତ୍ୟ ବ୍ୟବହାର ସାମଗ୍ରୀଠାରୁ ଆରମ୍ଭ କରି ଗାଡ଼ି ଏବଂ ଅନ୍ୟାନ୍ୟ ବସ୍ତୁର ମୂଲ୍ୟ ଆଜିଠାରୁ ଶସ୍ତା ହୋଇଛି । ଏଥି ସହିତ ଇଲୋକ୍ଟ୍ରୋନିକ ଏବଂ ପର୍ସନାଲ କେୟାର ଜିନିଷ ଉପରେ ମଧ୍ୟ ଟିକସ ହ୍ରାସ ପାଇଛି । ଯାହାର ସିଧାସଳଖ ଫାଇଦା ଗ୍ରାହକ ପାଇବେ । ସୂଚନାନୁଯାୟୀ, ସରକାର ଏବେ ଚାରୋଟି ବଦଳରେ କେବଳ ଦୁଇଟି ଜିଏସଟି ପ୍ରଚଳନ କରିଛନ୍ତି । ଟିକସ ହାର ୫% ଏବଂ ୧୮% ହେବ । ୪୦% ଟିକସ ହାର ମଧ୍ୟ ସ୍ଥାପନ କରାଯାଇଛି । ଯାହା ଏକ୍ସଟ୍ରା ଲକଜରୀ ଏବଂ ଅନ୍ୟାନ୍ୟ ଜିନିଷ ଉପରେ କାର୍ୟ୍ୟକାରୀ କରାଯାଇଛି । ଖାଦ୍ୟଶସ୍ୟ, ଔଷଧ ଏବଂ ନିତ୍ୟ ବ୍ୟବହାର୍ୟ୍ୟ ସାମଗ୍ରୀ ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀ ଉପରେ ୫% କମ୍ ହାରରେ ଟିକସ ଲାଗୁ ହେବ । ଯାହା ମଧ୍ୟମ ବର୍ଗର ଲୋକଙ୍କ ପାଇଁ ବଡ଼ ଆଶ୍ବସ୍ତି ପାଲଟିଛି । ଏତିକି ନୁହେଁ ଏସି, ୱାସିଂ ମେସିନ୍, ଟିଭି ଏବଂ ଡିସୱାସର ଭଳି ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ମଧ୍ୟ ସୁଲଭ ମୂଲ୍ୟରେ ଉପଲବ୍ଧ ହେବ । ନୂଆ ଜିଏସଟି ହାର ଟିକସ ହ୍ରାସ କରିଛି । ଏହା ବ୍ୟତୀତ ଅତ୍ୟାବଶ୍ୟକ ଔଷଧ ଏବଂ ଚିକିତ୍ସା ସାମଗ୍ରୀ ଉପରେ ଟିକସ ହ୍ରାସ ହେବା ସହିତ ସେଲୁନ୍, ଜିମ୍, ଯୋଗ ସେବାଗୁଡିକ ଉପରେ ଏବେ କମ୍ ଏଝଞ ହାରରେ ଲାଗୁ ହେବ । ଯାହା ଦ୍ବାରା ଲୋକ କମ୍ ମୂଲ୍ୟରେ ସୁବିଧା ପାଇପାରିବେ ।
ଆଜିଠୁ ନୂଆ ଜିଏସଟି
Facebook
Twitter
LinkedIn
Facebook
Twitter
LinkedIn
Recent News
ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ
ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...
ଛାଡପତ୍ର ପରେ ଦ୍ୱିତୀୟ ବିବାହ କଲେ ସମନ୍ଥା
ବ୍ୟୁରୋ : ଛାଡପତ୍ରର ୪ ବର୍ଷ ପରେ ଅଭିନେତ୍ରୀ ସମନ୍ଥା ଦେଲେ ଖୁସି ଖବର ।ପ୍ରେମିକ ରାଜଙ୍କୁ କଲେ ଦ୍ୱୀତାୟ ବିବାହ । ଏନେଇ ସୋସିଆଲ ମିଡିଆରେ...
ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ
ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...
କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...











