ନୂଆଦିଲ୍ଲୀ : ଆଜିଠୁ ଦିଲ୍ଲୀରେ ରେଖା ସରକାର । ୪ର୍ଥ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ରେଖା ଗୁପ୍ତା । ଦିଲ୍ଲୀ ରାମଲିଲ୍ଲା ମୈଦାନରେ ହେବ ଶପଥ ଗ୍ରହଣ ଉତ୍ସବ । ତାଙ୍କ ପୂର୍ବରୁ ଆତିଶୀ, ଶୀଲା ଦୀକ୍ଷିତ ଓ ସୁଷମା ସ୍ବରାଜ ଦିଲ୍ଲୀର ମହିଳା ମୁଖ୍ୟମନ୍ତ୍ରୀ ଥିଲେ । ରେଖା ଗୁପ୍ତା ଶାଲିମାରବାଗ ବିଧାନସଭା ଆସନରୁ ନିର୍ବାଚିତ ହୋଇଛନ୍ତି । ୨୯ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ଦିଲ୍ଲୀ ରାଜନୀତିରେ ତାଙ୍କର ବେଶ ଦବଦବା ରହିଛି ।ଦିଲ୍ଲୀ ବିଜେପିର ମହାସଚିବ ଓ ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଥିବା ରେଖା ଗୁପ୍ତା ଦକ୍ଷିଣ ଦିଲ୍ଲୀ ନଗର ନିଗମ ମେୟର ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି । ରେଖା ଗୁପ୍ତା ୧୯୯୬-୯୭ରେ ଦିଲ୍ଲୀ ୟୁନିଭର୍ସିଟି ଛାତ୍ର ସଂଗଠନର ସଭାପତି ହୋଇଥିଲେ । ୨୦୦୭ରେ ନର୍ଥ ପିତାମପୁରାରୁ କାଉନସିଲର ଭାବେ ନିର୍ବାଚିତ ହେବା ପରେ ବହୁ ଉନ୍ନୟନମୂଳକ କାର୍ୟ୍ୟ କରିଥିଲେ। ୩ ଦଶନ୍ଧି ଧରି ସେ ବିଜେପି ସହ ସଂଶ୍ଳିଷ୍ଟ ଅଛନ୍ତି । ସେ ପ୍ରଥମ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ୩ ଥର କାଉନସିଲର ନିର୍ବାଚିତ ହୋଇଛନ୍ତି ।
ଆଜିଠୁ ଦିଲ୍ଲୀରେ ରେଖା ସରକାର, ୪ର୍ଥ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଶପଥ

Facebook
Twitter
LinkedIn
Facebook
Twitter
LinkedIn
Recent News
ଔଷଧୀୟ ଗୁଣରେ ଭରପୁର ରସୁଣ ; କ୍ୟାନ୍ସର ହେବାର ସମ୍ଭାବନାକୁ କମାଇଥାଏ !
ବ୍ୟୁରୋ : ବିଭିନ୍ନ ଔଷଧୀୟ ଗୁଣରେ ଭରା ରସୁଣ । ଏଥିରେ ପ୍ରୋଟିନ୍, ଭିଟାମିନ୍ ଏ, ବି, ସି , ଭରପୁର ମାତ୍ରାରେ ରହିଥାଏ । ରସୁଣ...
ପୋଲିସ SI ପରୀକ୍ଷା କେଁ ; ଲୁକ ଆଉଟ ସର୍କୁଲାର ଜାରି
ଭୁବନେଶ୍ୱର : ପୋଲିସ ଏସଆଇ ପରୀକ୍ଷା ମହାଘୋଟାଲା । ଜାରି ହେଲା ଲୁକଆଉଟ ସର୍କୁଲାର । ଫେରାର ଅଭିଯୁକ୍ତଙ୍କ ବିରୋଧରେ ଲୁକ ଆଉଟ ସର୍କୁଲାର ଜାରି ।...
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ
କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...
ସୁନା ପରେ ଏବେ ରୁପା ଦର ଉପରମୁହାଁ ; ରୁପା କେଜି ୧ ଲକ୍ଷ ୯୦ ହଜାର ଛୁଇଁଲାଣି
ବ୍ୟୁରୋ : ଧନତେରାସ ପୂର୍ବରୁ ସୁନା ରୁପା ଦର ଏବେ ବଢିବାରେ ଲାଗିଛି । ସୁନା ପରେ ଏବେ ରୁପା ଦର ଖୁବ ବଢିଲାଣି । ଅକ୍ଟୋବର...