ତେଲେଙ୍ଗାନା : ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ରେବନ୍ତ ରେଡ୍ଡୀ । ଆଜିଠୁ ତେଲେଙ୍ଗାନାରେ ରେବନ୍ତ ରାଜ । ତେଲେଙ୍ଗାନା କଂଗ୍ରେସର ଆଇକନ ଅନୁମୁଲା ରେବନ୍ତ ରେଡ୍ଡୀ । ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଅନୁମୁଲା ରେବନ୍ତ ରେଡ୍ଡୀ । ବିଆରଏସକୁ ଗାଦିଚ୍ୟୁତ କରି ତେଲଙ୍ଗାନାରେ କଂଗ୍ରେସ ବିଜୟର ପ୍ରମୁଖ ସୂତ୍ରଧର ହେଉଛନ୍ତି ରେବନ୍ତ । କଂଗ୍ରେସର ଶୀର୍ଷ ନେତୃତ୍ୱଙ୍କ ଉପସ୍ଥିତିରେ ଶପଥଗ୍ରହଣ କରିଛନ୍ତି ରେବନ୍ତ । ଶପଥଗ୍ରହଣ ଉତ୍ସବରେ ମଲ୍ଲିକାର୍ଜୁନେ ଖଡଗେ, ସୋନିଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ରାହୁଲ ଗାନ୍ଧୀଙ୍କ ସମେତ ତେଲେଙ୍ଗାନା ରାଜ୍ୟ ଦାୟିତ୍ୱରେ ଥିବା ଡି.କେ ଶିବକୁମାର ସାମିଲ ହୋଇଛନ୍ତି ।ନୂଆ ରାଜ୍ୟ ଭାବେ ତେଲେଙ୍ଗାନା ଗଠନ ପରେ ପ୍ରଥମଥର ପାଇଁ ସରକାରକୁ ଆସିଛି କଂଗ୍ରେସ । ଏହାପୂର୍ବରୁ ବିଆରଏସ ତେଲେଙ୍ଗାନାରେ ସରକାର ଗଢିଥିଲା । କିନ୍ତୁ ଚଳିତ ନିର୍ବାଚନରେ ରେବନ୍ତଙ୍କ ନେତୃତ୍ୱରେ ତେଲେଙ୍ଗାନାରେ ସରକାର ଗଢିଛି କଂଗ୍ରେସ ଦଳ ।
Views: 109











