The Ultimate Managed Hosting Platform
ADVERTISEMENT

ଆଜିଠୁ ଜି -୨୦ ସମ୍ମିଳନୀ, ବିଶ୍ୱନେତାଙ୍କୁ ସ୍ୱାଗତ କରୁଛନ୍ତି ପ୍ରଧାନମନ୍ତ୍ରୀ

Facebook
Twitter
LinkedIn

ନୂଆଦିଲ୍ଲୀ : ଆଜିଠୁ ନୂଆଦିଲ୍ଲୀରେ ୨ ଦିନିଆ ଜି-୨୦ ଶିଖର ସମ୍ମିଳନୀ । ଆଉ କିଛି ସମୟ ପରେ ଆରମ୍ଭ ହେବ ଶିଖର ସମ୍ମିଳନୀ । ସୁସଜ୍ଜିତ ଭାରତ ମଣ୍ଡପରେ ହେବ ଶିଖର ସମ୍ମିଳନୀ । ଭାରତ ମଣ୍ଡପକୁ ଅତିଥିମାନେ ଆଗମନ କରୁଛନ୍ତି । ଭାରତ ମଣ୍ଡପରେ ଅତିଥି ମାନଙ୍କୁ ସ୍ୱାଗତ କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସ୍ୱାଗତ ସ୍ଥଳରେ ଶୋଭାପାଉଛି ଓଙ୍ଗିଶାର ଐତିହ୍ୟ କୋଣାର୍କ ଚକ । ସୂଚନା ଅନୁସାରେ, ପ୍ରମୁଖ ବିଶ୍ବନେତା, ‘ଜି୨୦’ର ବିଶ୍ବର ପ୍ରମୁଖ ସଙ୍ଗଠନର ମୁଖ୍ୟ, ଅତିଥି ଦେଶମାନଙ୍କର ପ୍ରତିନିଧି ଦଳ ସବୁ ‘ଭାରତ ମଣ୍ଡପମ୍’ରେ ଉପସ୍ଥିତ ହେଲେଣି। ସେମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦି ପାଛୋଟି ନେଉଛନ୍ତି। ନିର୍ଦ୍ଧାରିତ କାର୍ୟ୍ୟସୂଚୀ ଅନୁସାରେ ଆଜି ସକାଳ ୯.୩୦ରୁ ୧୦.୩୦ ମଧ୍ୟରେ ନେତା ଓ ପ୍ରତିନିଧିମାନେ ‘ଭାରତ ମଣ୍ଡପମ୍’ରେ ପହଞ୍ଚିବେ। ତା’ପରେ ‘ଟ୍ରି ଅଫ୍ଲାଇଫ୍ ଫର୍ ଫୟର୍’ରେ ପ୍ରଧାନମନ୍ତ୍ରୀଙ୍କ ସହିତ ସ୍ବାଗତକାଳୀନ ଫଟୋ ଉତ୍ତୋଳନ କରିବେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login