କେନ୍ଦ୍ରାପଡା : ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ । ବ୍ୟାଘ୍ର ପ୍ରକଳ୍ପ ମଧ୍ୟକୁ ପ୍ରବେଶ ପାଇଁ ମିଳିବ ଅନୁମତି । ପିଠାବଟା ଓ କାଳିଆଣି ଫାଟକରେ ପ୍ରବେଶ କରିବେ ପର୍ଯ୍ୟଟକ । ଜୁଲାଇ ୧ରୁ ପ୍ରବେଶ ଉପରେ ଲାଗିଥିଲା କଟକଣା । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଫିସ୍ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଆଜିଠୁ ପୁଣି ଥରେ ଖୋଲା ଜିମ୍ନି ଗାଡିରେ ବସି କୋର ଅଞ୍ଚଳ ବୁଲିବା ସହ ବନ୍ୟଜନ୍ତୁ ଦେଖିବାର ସୁଯୋଗ ପାଇବେ ପର୍ୟ୍ୟଟକ । ବର୍ଷା ଋତୁ ପାଇଁ ଗତ ଜୁନ ୩୦ ତାରିଖରୁ ବନ୍ଦ ଥିଲା ଶିମିଳିପାଳ ଅଭୟାରଣ୍ୟ । ପ୍ରତି ବର୍ଷ ନଭେମ୍ୱର ୧ ତାରିଖରେ ଖୋଲୁଥିବା ବେଳେ ଚଳିତ ବର୍ଷ ଅକ୍ଟୋବର ୧୮ ତାରିଖରେ ଖଲିଛି ।
Views: 62











