The Ultimate Managed Hosting Platform
ADVERTISEMENT

ଆଜିଠୁ ଓଡିଶାରେ କ୍ରୀଡା ମହାକୁମ୍ଭ

Facebook
Twitter
LinkedIn

ଭୁବନେଶ୍ୱର : ଆଜିଠୁ ଓଡିଶାରେ ଆରମ୍ଭ ହେବାକୁ ଯାଉଛି ବିଶ୍ୱସ୍ତରୀୟ କ୍ରୀଡା ମହାକୁମ୍ଭ । ପ୍ରଥମ ଥର ଭାରତରେ ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର ବ୍ରୋଞ୍ଜ । ୧୯ଟି ଇଭେଣ୍ଟ ରେ ୧୭ ଦେଶର ୨୨୫ ପ୍ରତିଯୋଗୀଙ୍କ ଅଂଶଗ୍ରହଣ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଟୁର୍ଣ୍ଣାମେଣ୍ଟ ଆୟୋଜନ । ଓଡିଶାରେ ଆସି ପହଁଚିଛନ୍ତି ଦେଶ ବିଦେଶର ଖେଳାଳି । ଅଲିମ୍ପିଆନ ଶ୍ରାବଣୀ ନନ୍ଦ, ପ୍ରଜ୍ଞା ପାରମିତା, ଲାଲୁ ପ୍ରସାଦ ଭୋଇ ଓ ଅନିମେଷ କୁଜୁର ଏହି ଅନ୍ତର୍ଜାତୀୟ ଇଭେଣ୍ଟରେ ଓଡ଼ିଶା ପକ୍ଷରୁ ପ୍ରତିନିଧିତ୍ବ କରିବେ ।୨୦୧୭ ଏସିଆନ ଆଥଲେଟିକ୍ସର ସଫଳ ଆୟୋଜନ ପରେ ଓଡିଶାରେ ଟ୍ରାକ ଆଣ୍ଡ ଫିଲଡର ଏହା ଦ୍ଵିତୀୟ ଅନ୍ତର୍ଜାତୀୟ ପ୍ରତିଯୋଗିତା । ୯୩ଜଣ ଭାରତୀୟ ଆଥଲେଟ ବିଭିନ୍ନ ଇଭେଣ୍ଟରେ ଭାଗ ନେଇଛନ୍ତି । ଆଥଲେଟଙ୍କ ପାଇଁ ଏହି ଚାମ୍ପିୟାନସିପ ବେଶ ଗୁରୁତ୍ୱପୂର୍ଣ୍ଣ। ଭଲ ପ୍ରଦର୍ଶନ କଲେ ବିଶ୍ୱ ଚାମ୍ପିୟାନସିପ ପାଇଁ ଯୋଗ୍ୟତା ହାସଲ କରିବେ ଖେଳାଳି।କେବଳ ଆଥଲେଟ ନୁହଁନ୍ତି କଳିଙ୍ଗ ଷ୍ଟାଡିୟମରେ ପୁଣି ଏକ ସଫଳ ଆଥଲେଟିକ୍ସ ଚାମ୍ପିୟାନସିପ ଆୟୋଜନ ନେଇ ଆଶାବାଦୀ ଆଥଲେଟିକ୍ସ ଫେଡରେସନ ଅଫ ଇଣ୍ଡିଆ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login