The Ultimate Managed Hosting Platform
ADVERTISEMENT

ଆଜିଠୁ ଆରମ୍ଭ ହେଲା ରତ୍ନଭଣ୍ଡାର ମରାମତି କାର୍ଯ୍ୟ

Facebook
Twitter
LinkedIn

ପୁରୀ : ଆଜିଠାରୁ ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାର୍ୟ୍ୟ। ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ରତ୍ନ ଭଣ୍ଡାର ମରାମତି କରିବ ଏଏସଆଇ । ମରାମତି ସମୟରେ ଯେଭଳି ଭକ୍ତଙ୍କ ଦର୍ଶନ ଓ ମହାପ୍ରଭୁଙ୍କ ନୀତିକାନ୍ତିରେ ବାଧା ସୃଷ୍ଟି ନ ହେବ, ତାର ବ୍ୟବସ୍ଥା କରାଯାଇଛି। ମରାମତି ସମୟରେ ଭକ୍ତମାନେ ବାହାର କାଠ ନିକଟରେ ରହି ଶ୍ରୀଜୀଉଙ୍କୁ ଦର୍ଶନ କରିପାରିବେ । ଏଏସଆଇ ଦ୍ୱିତୀୟ ଭୋଗମଣ୍ଡପ ପରେ ନିର୍ଦ୍ଧାରିତ ନୀତିନିର୍ଘଣ୍ଟ ଅନୁଯାୟୀ ପ୍ରାୟ ୫ ଘଣ୍ଟା ମରାମତି କରିବ । ସଂଧ୍ୟା ୬ଟା ପର୍ୟ୍ୟନ୍ତ ମରାମତି କାର୍ୟ୍ୟ କରିବ ଏଏସଆଇ। ପ୍ରଥମେ ଲୁହା ଭାରା ବନ୍ଧା ଯିବା ପରେ କାନ୍ଥରେ ଚୂନ ଲଗାଯିବ । ଏହା ପରେ ପୁରୁଣା ଲୁହା ବିମ୍ ଓ ପଥର ମରାମତି କାର୍ୟ୍ୟ କରାଯିବ। ଉଭୟ ବାହାର ଓ ଭିତର ରତ୍ନଭଣ୍ଡାର ମରାମତି କରାଯିବ। ଆଗାମୀ ୫ ଶହ ବର୍ଷକୁ ଦୃଷ୍ଟିରେ ରଖି ରତ୍ନଭଣ୍ଡାର ମରାମତି କରିବାକୁ କହିଛନ୍ତି ସେବାୟତ। ଉନ୍ନତ ଜ୍ଞାନକୌଶଳ ପ୍ରୟୋଗ କଲେ ତାହା ଦୀର୍ଘସ୍ଥାୟୀ ହେବ ବୋଲି କହିଛନ୍ତି ସେବାୟତ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login