ଭୁବନେଶ୍ୱର : ଏଣିକି ଆଗୁଆ ମିଳିବ ବାତ୍ୟା, ବନ୍ୟା ଓ ପ୍ରାକୃତିକ ବିପର୍ୟ୍ୟୟର ସୂଚନା। ବାତ୍ୟା, ବନ୍ୟା ଓ ପ୍ରାକୃତିକ ବିପର୍ୟ୍ୟୟ ସମୟରେ ଆଗୁଆ ସୂଚନା ନେଇ ରାଜ୍ୟରେ ଅଧିକ ବ୍ୟବସ୍ଥା କରିବାକୁ ଯାଉଛୁ ବୋଲି କହିଛନ୍ତି ଓଗଊ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ଏଥିପାଇଁ କଟକ-ଭୁବନେଶ୍ୱର ପାଇଁ ଲାଗିବ ଅତ୍ୟାଧୁନିକ ସୂଚନା ପ୍ରଦାନ ରାଡାର। ୨୦୨୫ ସୁଦ୍ଧା କଟକ ଓ ଭୁବନେଶ୍ୱରରେ କାର୍ୟ୍ୟକାରୀ ହେବ ଆଡଭାନ୍ସ ଫ୍ଲଡ ୱାର୍ଣ୍ଣିଙ୍ଗ ସିଷ୍ଟମ। ସେହିପରି ଚଳିତବର୍ଷ ଶେଷ ସୁଦ୍ଧା ବାଲେଶ୍ୱର ଓ ସମ୍ବଲପୁରରେ ଡଫ୍ଲର ରାଡାର କାର୍ୟ୍ୟକ୍ଷମ ହେବ। ବାଲେଶ୍ୱରରେ ଡଫ୍ଲର ରାଡାର ଅଧାକାମ ଶେଷ ହୋଇଛି। ସମ୍ବଲପୁରରେ ଉପକରଣ ପହଞ୍ଚି ସାରିଛି। ସେହିପରି ଭୁବନେଶ୍ୱରରେ ଆଉ ଏକ ରାଡାର ମଧ୍ୟ ପ୍ରତିଷ୍ଠା ହେବ। ଓଡିଶା ସବୁବେଳେ ପ୍ରାକୃତିକ ବିପର୍ୟ୍ୟୟର ସାମ୍ନା କରୁଥିବା ବେଳେ ପାଣିପାଗ କେନ୍ଦ୍ରର ପ୍ରମୁଖ ସ୍ଥାନରେ ଓଡିଶା ରହିଛି।
Views: 77











