The Ultimate Managed Hosting Platform
ADVERTISEMENT

ଆଗତ ହେଲା ନୂଆ ଆୟକର ବିଲ

Facebook
Twitter
LinkedIn

ନୂଆଦିଲ୍ଲୀ : ସଂସଦରେ ଆଗତ ହେଲା ନୂଆ ଆୟକର ବିଲ । ଆଗତ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଗତ ଶୁକ୍ରବାର ପୁରୁଣା ଆୟକର ବିଲ ପ୍ରତ୍ୟାହାର କରିଥିଲେ ସରକାର । ସଂସଦୀୟ ସିଲେକ୍ଟ କମିଟିର ସବୁ ସୁପାରିସ ଗ୍ରହଣ କରାଯାଇଥିବା ସୂଚନା । ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ସଂସଦୀୟ ସିଲେକ୍ଟ କମିଟି ସୁପାରିସ କରିଥିଲା । ନୂଆ ଆୟକର ବିଲ ପାଇଁ ୨୮୫ ପ୍ରସ୍ତାବ ସୁପାରିସ କରିଥିଲା ସିଲେକ୍ଟ କମିଟି । ଆୟକର ପୈଠ ବ୍ୟବସ୍ଥାକୁ ଅଧିକ ସରଳୀକରଣ ପାଇଁ ଆସିଛି ନୂଆ ବିଲ । ଛଅ ଦଶନ୍ଧି ପୁରୁଣା ଆୟକର ଆଇନ, ୧୯୬୧କୁ ବଦଳାଇବା ପାଇଁ ଫେବୃଆରୀ ୧୩ରେ ନୂତନ ବିଲ ଆଗତ କରାଯାଇଥିଲା। ସିଲେକ୍ଟ କମିଟିର ସୁପାରିଶ ପରେ ସରକାର ଗତ ସପ୍ତାହରେ ଏହାକୁ ପ୍ରତ୍ୟାହାର କରିଥିଲେ। ଅଗଷ୍ଟ ୧୧ରେ ଆଗତ ହୋଇଥିବା ନୂତନ ଡ୍ରାଫ୍ଟ ସାଂସଦମାନଙ୍କୁ ଏକକ ଏବଂ ସଦ୍ୟତମ ସଂସ୍କରଣ ପ୍ରଦାନ କରିବା ଲକ୍ଷ୍ୟ ରଖିଛି। ଏଥିରେ ସିଲେକ୍ଟ କମିଟି ଦ୍ୱାରା ସୁପାରିଶ କରାଯାଇଥିବା ଅଧିକାଂଶ ପରିବର୍ତ୍ତନ ଅନ୍ତର୍ଭୁକ୍ତ ବୋଲି କୁହାଯାଉଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login