The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ଆଗତ ହେଲା ନୂଆ ଆୟକର ବିଲ

Facebook
Twitter
LinkedIn

ନୂଆଦିଲ୍ଲୀ : ସଂସଦରେ ଆଗତ ହେଲା ନୂଆ ଆୟକର ବିଲ । ଆଗତ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଗତ ଶୁକ୍ରବାର ପୁରୁଣା ଆୟକର ବିଲ ପ୍ରତ୍ୟାହାର କରିଥିଲେ ସରକାର । ସଂସଦୀୟ ସିଲେକ୍ଟ କମିଟିର ସବୁ ସୁପାରିସ ଗ୍ରହଣ କରାଯାଇଥିବା ସୂଚନା । ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ସଂସଦୀୟ ସିଲେକ୍ଟ କମିଟି ସୁପାରିସ କରିଥିଲା । ନୂଆ ଆୟକର ବିଲ ପାଇଁ ୨୮୫ ପ୍ରସ୍ତାବ ସୁପାରିସ କରିଥିଲା ସିଲେକ୍ଟ କମିଟି । ଆୟକର ପୈଠ ବ୍ୟବସ୍ଥାକୁ ଅଧିକ ସରଳୀକରଣ ପାଇଁ ଆସିଛି ନୂଆ ବିଲ । ଛଅ ଦଶନ୍ଧି ପୁରୁଣା ଆୟକର ଆଇନ, ୧୯୬୧କୁ ବଦଳାଇବା ପାଇଁ ଫେବୃଆରୀ ୧୩ରେ ନୂତନ ବିଲ ଆଗତ କରାଯାଇଥିଲା। ସିଲେକ୍ଟ କମିଟିର ସୁପାରିଶ ପରେ ସରକାର ଗତ ସପ୍ତାହରେ ଏହାକୁ ପ୍ରତ୍ୟାହାର କରିଥିଲେ। ଅଗଷ୍ଟ ୧୧ରେ ଆଗତ ହୋଇଥିବା ନୂତନ ଡ୍ରାଫ୍ଟ ସାଂସଦମାନଙ୍କୁ ଏକକ ଏବଂ ସଦ୍ୟତମ ସଂସ୍କରଣ ପ୍ରଦାନ କରିବା ଲକ୍ଷ୍ୟ ରଖିଛି। ଏଥିରେ ସିଲେକ୍ଟ କମିଟି ଦ୍ୱାରା ସୁପାରିଶ କରାଯାଇଥିବା ଅଧିକାଂଶ ପରିବର୍ତ୍ତନ ଅନ୍ତର୍ଭୁକ୍ତ ବୋଲି କୁହାଯାଉଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ରାଜ୍ୟ ମହିଳା କମିସନ ଅଧ୍ୟକ୍ଷା ଭାବେ ଦାୟିତ୍ୱ ଗ୍ରହଣ କଲେ ଶୋଭନା ମହାନ୍ତି

ରାଜ୍ୟ ମହିଳା କମିସନ ଅଧ୍ୟକ୍ଷା ଭାବେ ଦାୟିତ୍ୱ ଗ୍ରହଣ କଲେ ଶୋଭନା ମହାନ୍ତି

ଭୁବନେଶ୍ୱର : ଦାୟିତ୍ବ ଗ୍ରହଣ କଲେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି । ତାଙ୍କ ସହ ମହିଳା କମିସନର ଅନ୍ୟ ସଦସ୍ୟା ମାନେ ମଧ୍ୟ...

ମହାପ୍ରସାଦରେ ବ୍ୟବହାର ହେବ ଜୈବିକ ଚାଉଳ

ଅନଲାଇନରେ ମହାପ୍ରସାଦ ବିକ୍ରି ପ୍ରସ୍ତାବକୁ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଅଗ୍ରାହ୍ୟ

ଭୁବନେଶ୍ୱର : ଅନଲାଇନରେ ବିକ୍ରି ହେବ ନାହିଁ ମହାପ୍ରସାଦ । ବିଭିନ୍ନ ସଂସ୍ଥା ଦେଇଥିବା ପ୍ରସ୍ତାବକୁ ଅଗ୍ରାହ୍ୟ କଲେ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର ।...

ADVERTISEMENT
ପୁରୀ ଅଘଟଣ ନେଇ ମୁଖ୍ୟମନ୍ତ୍ରୀଙ୍କ ସୂଚନା , କହିଲେ ଅବହେଳା ଅକ୍ଷମଣୀୟ

“ଆତ୍ମହତ୍ୟା” କଥା ଶୁଣି ତାଗିଦ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : "ଆତ୍ମହତ୍ୟା" କଥା ଶୁଣି ଅଭିଯୋଗ ପ୍ରକୋଷ୍ଠରେ ତାଗିଦ କଲେ ମୁଖ୍ୟମନ୍ତ୍ରୀ । ଜଗବନ୍ଧୁ ପଣ୍ଡା ନାମକ ଜଣେ ଅଭିଯୋଗକାରୀଙ୍କ ଠାରୁ ଏପରି ଶୁଣି ତାଗିଦ...

Login