The Ultimate Managed Hosting Platform
ADVERTISEMENT

ଆଖିପିଛୁଲାକେ ଚାଲିଗଲା ଜୀବନ

Facebook
Twitter
LinkedIn

ଯାଜପୁର : ମର୍ମନ୍ତୁଦ ସଡକ ଦୁର୍ଘଟଣା। ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ମାଧପୁର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଏକ ମିନି ଟ୍ରକ ମାଡ଼ିଯିବା ସ୍ୱାମୀ- ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି। ମୃତ ଦମ୍ପତି ସ୍ଥାନୀୟ ଓଚିନ୍ଦା ତାଜପୁର ଗ୍ରାମର ପ୍ରଫୁଲ୍ଲ ଦାସ ଓ ତାଙ୍କ ପତ୍ନୀ ବୋଲି ଜଣାପଡିଛି। ତେବେ ଦୁର୍ଘଟଣା ଘଟାଇଥିବା ଟ୍ରକଟି ରାସ୍ତା ତଳକୁ ଓଲଟି ପଡିଥିବା ବେଳେ ଗାଡ଼ିର ଚାଳକ ଫେରାର ହୋଇଯାଇଛନ୍ତି।

ସୂଚନା ଅନୁଯାୟୀ, ଓଚିନ୍ଦା ତାଜପୁର ଗ୍ରାମର ପ୍ରଫୁଲ୍ଲ ଦାସ ଓ ତାଙ୍କ ପତ୍ନୀ କୌଣସି କାର‌୍ୟ୍ୟରେ ଚାଲି ଚାଲି ବ୍ରଜନଗର ଯାଉଥିଲେ। ସେହି ସମୟରେ ସଠୀପୁର-ଯାଜପୁର ଟାଉନ ରାସ୍ତାର ମାଧପୁର ନିକଟରେ ପଛପଟୁ ଆସୁଥିବା ଏକ ମିନି ଟ୍ରକ ଭାରସାମ୍ୟ ହରାଇ ସ୍ୱାମୀ- ସ୍ତ୍ରୀ ଦୁହିଁଙ୍କ ଉପରେ ମାଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ଦମ୍ପତିଙ୍କ ମୃତ୍ୟୁ ଘଟିଥିଲା । ଏଥିସହିତ ଦୁର୍ଘଟଣା ଘଟାଇ ଟ୍ରକଟି ମଧ୍ୟ ରାସ୍ତା ତଳକୁ ଓଲଟି ପଡ଼ିଥିବା ବେଳେ ଘଟଣାସ୍ଥଳରୁ ଚାଳକ ଫେରାର ହୋଇଯାଇଛନ୍ତି। ତେବେ ଦୁର୍ଘଟଣା ନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। କ୍ଷତିପୂରଣ ଦାବିରେ ଉତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଛନ୍ତି। ତେବେ ପାଣିକୋଇଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଦୁର୍ଘଟଣା ପରେ ଟ୍ରକ ସହ ଜଳିଗଲେ ୩ ଡ୍ରାଇଭର

ଜଳିଗଲା ୩ ମହଲା ଘର

ଖଲ୍ଲିକୋଟ :ଖଲ୍ଲିକୋଟ ନୂଆସାହିରେ ଜଳିଗଲା ୩ ମହଲା ଘର । ଘରେ ଚାର୍ଜକେ ବସିଥିବା ଇଭି ବ୍ୟାଟେରୀରୁ ପ୍ରଥମେ ଅଗ୍ନିକାଣ୍ଡ । ପରେ ଗ୍ୟାସ ସିଲିଣ୍ଡର ଫାଟିବାରୁ...

ADVERTISEMENT

Login