ନୂଆଦିଲ୍ଲୀ : ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି)ର ଅଧ୍ୟକ୍ଷ ବିଲାୱଲ ଭୁଟ୍ଟୋଙ୍କୁ ଜବାବ ଦେଇଛନ୍ତି କଂଗ୍ରେସ ନେତା ଶଶି ଥରୁର । ଜମ୍ମୁ-କଶ୍ମୀରର ପହଲଗାମରେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀଙ୍କ ଆକ୍ରମଣରେ ୨୮ ଜଣ ନିରୀହ ନାଗରିକଙ୍କ ପ୍ରାଣହାନି ପରେ ଭାରତରୁ ପାକିସ୍ତାନକୁ ଯାଉଥିବା ସିନ୍ଧୁ ନଦୀ ଜଳକୁ ଭାରତ ସରକାର ବନ୍ଦ କରି ଦେଇଛନ୍ତି। ଏହା ପରେ ପ୍ରତିକ୍ରିୟାଶୀଳ ହୋଇଛି ପାକିସ୍ତାନ। ଶନିବାର ଏହାକୁ ବିରୋଧ କରି ବିଲାୱଲ କହିଥିଲେ ଯେ, “ମୁଁ ସିନ୍ଧୁ ନଦୀ କୂଳରେ ଠିଆ ହୋଇ ଭାରତକୁ କହିବାକୁ ଚାହେଁ ଯେ, ସିନ୍ଧୁ ଆମର ଏବଂ ଏହା ଆମର ରହିବ। ଆମର ପାଣି ଏହି ନଦୀ ଦେଇ ପ୍ରବାହିତ ହେବ ନଚେତ୍ ସେମାନଙ୍କର ରକ୍ତ ଏଥିରେ ପ୍ରବାହିତ ହେବ। ଭାରତ ସିନ୍ଧୁ ଉପରେ ଆକ୍ରମଣ କରିଛି। ଏହାର ଜବାବରେ ଥରୁର କହିଛନ୍ତି, “ପାକିସ୍ତାନ ବିରୋଧରେ ଆମର କୌଣସି ଆକ୍ରମଣାତ୍ମକ ଉଦ୍ଦେଶ୍ୟ ନାହିଁ। କିନ୍ତୁ ଯଦି ସେମାନେ କିଛି କରନ୍ତି, ତେବେ ସେମାନଙ୍କୁ ଉଚିତ୍ ଜବାବ ମିଳିବ। ଯଦି ରକ୍ତପାତ ହୁଏ, ତେବେ ପାକିସ୍ତାନ ଅଧିକ ରକ୍ତାକ୍ତ ହେବ।”
ଆକ୍ରମଣ କଲେ ପାକିସ୍ତାନ ହେବ ଅଧିକ ରକ୍ତାକ୍ତ, ପାକ ନେତାଙ୍କୁ ଶଶି ଥରୁରଙ୍କ ଜବାବ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











