The Ultimate Managed Hosting Platform
ADVERTISEMENT

ଆକାଶରୁ ବର୍ଷିବ ନିଆଁ, ୨୬ରେ ଭୁବନେଶ୍ୱରରେ ତାପମାତ୍ରା ଛୁଇଁବ ୪୫ ଡିଗ୍ରୀ

Facebook
Twitter
LinkedIn

ଭୁବନେଶ୍ୱର : ଆକାଶରୁ ବର୍ଷିବ ନିଆଁ । ବଢିବ ଗ୍ରୀଷ୍ମର ପ୍ରକୋପ, ତାତିବ ମାର୍ଚ୍ଚ । ଆସନ୍ତା ୨୬ ତାରିଖ ବେଳକୁ ଗ୍ରୀଷ୍ମ ତାର ପ୍ରକୋପ ଦେଖାଇବ । ଅସ୍ତବ୍ୟସ୍ତ ହେବ ଜନଜୀବନ । ୪୫ ଡିଗ୍ରୀ ସେଲସିୟସ୍ ବଢ଼ିପାରେ ପାରଦ । ସୂଚନା ଅନୁଯାୟୀ, ଆଣ୍ଡାମାନ ସାଗର ଅଞ୍ଚଳରେ ରବିବାର ସଂଧ୍ୟାରେ ଘଣ୍ଟାପ୍ରତି ୫୫ କିମି ବେଗରେ ପବନ ବୋହୁଥିଲା । ଆଗାମୀ ୨୪ ଘଣ୍ଟାରେ ଏହା ଏକ ଡିପ୍ ଡିପ୍ରେସନ୍‌ର ପରିଣତ ହେବ । ପରେ ଆସନ୍ତା ୩୬ ଘଣ୍ଟାରେ ଏହା ବାତ୍ୟାରେ ପରିଣତ ହେବ । ମିଆଁମାର ପାଣିପାଗ ବିଭାଗର ପୁର୍ବାନୁମାନ ଅନୁଯାୟୀ, ବାତ୍ୟା ଆସାନୀ ୨୨ ତାରିଖରେ ସଂଧ୍ୟା ସମୟରେ ଉପକୂଳ ନିକଟବର୍ତ୍ତୀ ହେବ । ଚଳିତ ବର୍ଷର ଏହା ପ୍ରଥମ ବାତ୍ୟା । ଏଥିରେ ମିଆଁମାର ଅଧିକ ପ୍ରଭାବିତ ହେବ ବୋଲି ଅନୁମାନ କରାଯାଉଛି । ପରେ ବାତ୍ୟା ଧିରେ ଧୀରେ କୋକି ଦୀପ ଅଭିମୁଖେ ଯିବ । ହେଲେ ବାତ୍ୟାର ପ୍ରଭାବ ଓଡିଶା ଉପରେ ବିଶେଷ ପଡିବ ବୋଲି ଆକଳନ କରାଯାଉଛି । କିଛି ଜିଲ୍ଲାରେ ୨.୫ ମିଲିମିଟରର ବର୍ଷା ହେବାର ଅନୁମାନ କରାଯାଉଛି । ଅନ୍ୟପଟେ ଭୁବନେଶ୍ୱରରେ ଏହାର ବିପରୀତ ପ୍ରଭାବ ପଡିବ । ଆଗାମୀ ସପ୍ତାହରେ ବଢିବ ତାପମାତ୍ରା । ୨୬ ମାର୍ଚ୍ଚରେ ଭୁବନେଶ୍ୱରରେ ତାପମାତ୍ରା ୪୨-୪୫ ଡିଗ୍ରୀ ମଧ୍ୟରେ ରହିବାକୁ ଥିବା ବେଳେ ୨୨ ଏବଂ ୨୫ ମାର୍ଚ୍ଚରେ ତାପାମାତ୍ରା ୪୦ ଡିଗ୍ରୀରେ ରହିପାରେ । ଭୁବନେଶ୍ୱରବାସୀଙ୍କୁ ଆଗାମୀ ଦିନରେ ପ୍ରବଳ ଖରାର ତାପ ସହିବାକୁ ପଡିବ । ମାର୍ଚ୍ଚ ୩୧ରୁ ଅପ୍ରେଲ୍ ୬ ପର୍ଯ୍ୟନ୍ତ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗୀର ଜିଲ୍ଲାର କିଛି ସ୍ଥାନରେ ତାପମାତ୍ରା ଉପରମୁହାଁ ରହିବ ବୋଲି ଅନୁମାନ କରାଯାଉଛି ।ଏହାପରେ ଅପ୍ରେଲ୍ ମାସରେ ପୁରା ଓଡିଶବାସୀ ପ୍ରବଳ ଗରମ ଅନୁଭବ ହେବ ବୋଲି ଆକଳନ କରାଯାଉଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ପୋଲିସ SI ନିଯୁକ୍ତି କେଳେଙ୍କାରୀ ; ସାଇଣ୍ଟିଫିକ ଲ୍ୟାବ ଗଲା ଜବତ ୧୧୦ ମୋବାଇଲ

ପୋଲିସ SI ନିଯୁକ୍ତି କେଳେଙ୍କାରୀ ; ସାଇଣ୍ଟିଫିକ ଲ୍ୟାବ ଗଲା ଜବତ ୧୧୦ ମୋବାଇଲ

ଭୁବନେଶ୍ୱର : ପୋଲିସ ଏସଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ମାମଲାରେ ୧୧୦ ଆଶାୟୀଙ୍କ ଠାରୁ ଜବତ ହୋଇଥିବା ମୋବାଇଲ ଫୋନର ଫୋରେନସିକ ପରୀକ୍ଷା ପାଇଁ ପଠାଯାଇଛି। ଷ୍ଟେଟ୍...

Login