କଟକ : ଆକାଶବାଣୀ କଟକ କେନ୍ଦ୍ରର ପୂର୍ବତନ ନିଦେ୍ର୍ଦଶକ ପ୍ରସେନଜିତ ମହାନ୍ତିଙ୍କ ପରଲୋକ । ଗତକାଲି ସନ୍ଧ୍ୟାରେ ତାଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା । ସେ ଏବେ କଳାବିକାଶ କେନ୍ଦ୍ରର ସମ୍ପାଦକ ଥିଲେ । ଗତକାଲି ସେ ଭୁବନେଶ୍ୱର ଯାଇ କଟକ ଗାଡିରେ ଫେରୁଥିବା ସମୟରେ ହୃଦଘାତ ହେବାରୁ ଗାଡି ଭିତରେ ପଡି ଯାଇଥିଲେ । ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପ୍ରସେନଜିତ ମହାନ୍ତି ହେଉଛନ୍ତି ଆକାଶବାଣୀ ଶିଶୁସଂସାର କାର୍ୟ୍ୟକ୍ରମର ଲୋକପ୍ରିୟ ସଂଯୋଜିକା ସ୍ୱର୍ଗତା ବୀଣାପାଣି ମହାନ୍ତିଙ୍କ ପୁଅ ।
Views: 45