ଭୁବନେଶ୍ୱର : ପରିବା ଦର ଆକାଶ ଛୁଆଁ । ରାଜ୍ୟର ବିଭିନ୍ନ ସ୍ଥାନରେ ଆକାଶଛୁଆଁ ରହିଛି ପରିବା ଦର । ୪ ଦିନ ପୂର୍ବରୁ ଟମାଟୋ ୮୦ ଟଙ୍କାରେ ବିକ୍ରି ହେଉଥିଲା ଏବେ ତାର ଦର ୧୨୦ ଟଙ୍କା ପାର କରିଛି । କେବଳ ଟମାଟୋ ନୁହେଁ ଅନ୍ୟ ପନିପରିବା ଦର ମଧ୍ୟ ଆକାଶ ଛୁଆଁ ହେଲାଣି । ରାଜ୍ୟର ବିଭିନ୍ନ ସ୍ଥାନରେ ଟମାଟୋ ୧୦୦ ଟଙ୍କା , ପୋଟଳ ୮୦ ଟଙ୍କା, ବାଇଗଣ ୬୦ ଟଙ୍କା , ବିନ୍ସ ୨୦୦ ଟଙ୍କା , କାଙ୍କଡ ୧୩୦ ଟଙ୍କା ଛୁଇଁଲାଣି । ସ୍ଥିତି ଏମିତି ହେଲାଣି ଯେ ୫୦୦ ଟଙ୍କାରେ ବି ପରିବା କିଣିଲେ ମଧ୍ୟ ବ୍ୟାଗ ଅଧା ହେଉନି । ତେବେ ପରିବା ଦର ବୃଦ୍ଧି ଏବେ ଖାଉଟିଙ୍କୁ ଚିନ୍ତାରେ ପକାଇଛି ।
Views: 90











