ନୂଆଦିଲ୍ଲୀ : ଗତ ଗୁରୁବାର ପୁଞ୍ଚରେ ଆତଙ୍କବାଦୀ ଆକ୍ରମଣରେ ପାଞ୍ଚ ଜଣ ଯବାନ ସହିଦ ହୋଇଛନ୍ତି। ସେନାର ଏକ ଟ୍ରକ୍ ଯାଉଥିବା ବେଳେ ସାତ ଜଣ ଆତଙ୍କବାଦୀ ଏହା ଉପରକୁ ପ୍ରାୟ ୩୬ ରାଉଣ୍ଡ ଗୁଳି ଚଳାଇଥିଲେ। ଆକ୍ରମଣ ପାଇଁ ଷ୍ଟିଲ ବୁଲେଟ୍ ଏବଂ ଷ୍ଟିକି ବୋମା ମଧ୍ୟ ବ୍ୟବହାର କରିଥିଲେ। ଯାଞ୍ଚ ବେଳେ ଗାଡ଼ିରୁ କିରୋସିନି ବାଷ୍ପର ଗନ୍ଧ, ଦୁଇଟି ଗ୍ରେନେଡ୍ ପିନ୍ ମଧ୍ୟ ମିଳିଥିବା ରିପୋର୍ଟ ଦେଇଛି ଇଣ୍ଟେଲିଜେନ୍ସ ବ୍ୟୁରୋ। ଏହି ଯାଞ୍ଚ ରିପୋର୍ଟ ଆଇବି ଗୃହ ମନ୍ତ୍ରାଳୟ ଏବଂ ତଦନ୍ତ ଦାୟିତ୍ୱ ନେଇଥିବା ଏନ୍ଆଇଏକୁ ଦେଇଛି । ଆକ୍ରମଣରେ ସାମିଲ ଥିବା ସାତ ଜଣ ଆତଙ୍କବାଦୀଙ୍କ ମଧ୍ୟରୁ ତିନି ଜଣ ପାକିସ୍ତାନର ଆତଙ୍କବାଦୀ ବୋଲି ଜଣାପଡ଼ିଛି । ସେମାନେ ଆଖପାଖ ଅଞ୍ଚଳରେ ଲୁଚି ରହିଥିବା ଅନୁମାନ କରାଯାଉଛି। ତେବେ ପୂର୍ବରୁ ଆତଙ୍କବାଦୀଙ୍କୁ କଡ଼ା ଜବାବ ଦେଇଛି ଭାରତ। ଜମ୍ମୁ କଶ୍ମୀର ପୁଞ୍ଚରେ ଆତଙ୍କବାଦୀ ଅକ୍ରମଣ ଘଟଣା ପରେ ଆକସନ୍ରେ ଭାରତୀୟ ସେନା। ବାଲାକୋଟ ଏୟାର ଷ୍ଟ୍ରାଇକ ଢଙ୍ଗରେ ଜବାବ ଦେବ କି ଭାରତ? ଏଭଳି ପ୍ରଶ୍ନ ଏବେ ସବୁ ଭାରତୀୟଙ୍କୁ ଆନ୍ଦୋଳିତ କରୁଛି। ୨୦୧୯ ଫେବୃଆରୀ ୧୪ରେ ପୁଲୱାମାରେ ସିଆରପିଏଫର ଗାଡ଼ି ଉପରେ ଜୈସ ଏ ମହମ୍ମଦ ଆକ୍ରମଣ କରିଥିଲା। ଏଥିରେ ୪୦ଜଣ ଯବାନ ସହିଦ ହୋଇଥିଲା। ଏହା ପରେ ପ୍ରତିଶୋଧ ନେଇଥିଲା ଭାରତୀୟ ସେନା। ଫେବୃଆରୀ ୨୬ ତାରିଖ ରାତିରେ ବାଲାକୋଟରେ ଏୟାର ଷ୍ଟ୍ରାଇକ କରି ଆତଙ୍କବାଦୀ ଶିବିରକୁ ଧ୍ୱଂସ କରିଥିଲା। ଏଥିରେ ଶହେରୁ ଅଧିକ ଆତଙ୍କବାଦୀ ନିପାତ ହୋଇଥିଲା। ତେବେ ପୁଞ୍ଚରେ ଘଟିଥିବା ଏଭଳି ଘଟଣାର ଉଚିତ ଜବାବ ଦେବ ଭାରତୀୟ ସେନା ।
ଆକସନ୍ ମୋଡରେ ଭାରତୀୟ ସେନା, ଆତଙ୍କବାଦୀଙ୍କୁ କଡ଼ା ଜବାବ ଦେବ ଭାରତ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











