ମୁମ୍ବାଇ : ବଲିଉଡ ଅଭିନେତ୍ରୀ କଙ୍ଗନା ରଣାବ୍ୱତଙ୍କ ଫିଲ୍ମ ଏମରଜେନ୍ସି ରିଲିଜକୁ ମିଳି ଯାଇଛି ଅନୁମତି । ତେବେ ଫିଲ୍ମ ତିଆରିଠୁ ଆରମ୍ଭ କରି ଏହାକୁ ରିଲିଜ କରାଇଭା ପ ର୍ଯ୍ୟନ୍ତ କଙ୍ଗନାଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥିବାରୁ ଆଉ କେବେ ବି ରାଜନୈତିକ ଫିଲ୍ମ ତିଆରି କରିବି ନାହିଁ ବୋଲି କହିଛନ୍ତି କଙ୍ଗନା ।ଏହି ଚଳଚ୍ଚିତ୍ରଟି ସେପ୍ଟେମ୍ବର ୬, ୨୦୨୪ରେ ମୁକ୍ତିଲାଭ କରିବାର ଥିଲା । କିନ୍ତୁ ଶିଖ ସମ୍ପ୍ରଦାୟର ଆପତ୍ତି କାରଣରୁ ଏହାକୁ ସ୍ଥଗିତ ରଖାଯାଇଥିଲା। ହେଲେ ପରେ ସେନସର ବୋର୍ଡ ଏହି ଫିଲ୍ମକୁ ରିଲିଜ୍ ପାଇଁ ଅନୁମତି ଦେଇଥିଲେ। ଜାତୀୟ ଗଣମାଧ୍ୟମ ନିଉଜ୍ ୧୮ସୋସାକୁ ସାକ୍ଷାତକାର ଦେଇ କଙ୍ଗନା କହିଛନ୍ତି ଯେ, “ମୁଁ ଆଉ କେବେ ରାଜନୈତିକ ଚଳଚ୍ଚିତ୍ର ନିର୍ମାଣ କରିବି ନାହିଁ। ଏହାକୁ ନେଇ ମୁଁ ଏବେ ଆଉ ବହୁତ ଉତ୍ସାହିତ ନୁହେଁ। ରାଜନୀତିକୁ ନେଇ ଫିଲ୍ମ ତିଆରି କରିବା ବହୁତ କଷ୍ଟକର। ମୁଁ ଏବେ ବୁଝିପାରୁଛି କାହିଁକି ଅନେକ ଲୋକ ଏହା କରନ୍ତି ନାହିଁ। ଅନେକ ସମସ୍ୟା ସତ୍ତ୍ବେ ବି ମୁଁ ସେଟରେ କେବେ କାହା ଉପରେ ରାଗି ନଥିଲି। ସେମିତିରେ ବି କେବଳ ନିର୍ଦ୍ଦେଶକ ହୋଇଥିଲେ ମୁଁ ପ୍ରଯୋଜକ ସହିତ ଝଗଡ଼ା କରିଥାନ୍ତି। କିନ୍ତୁ ମୁଁ ‘ଏମରଜେନ୍ସି’ ପାଇଁ ୨ଟି ଦାୟିତ୍ବ ନିଭାଉଥିଲି। ମୋ ପାଖରେ କାହା ଉପରେ ରାଗିବାର ବିକଳ୍ପ ନଥିଲା। ଏହି ଫିଲ୍ମର ସୁଟିଂ ବେଳେ ମୁଁ ଆର୍ଥିକ ଅଭାବ ଦେଖିଛି। କାନ୍ଦ ଲାଗୁଥିଲେ ବି କାନ୍ଦି ପାରିନି।”
ଆଉ କେବେ ବି ରାଜନୈତିକ ଫିଲ୍ମ ତିଆରି କରିବି ନାହିଁ : କଙ୍ଗନା

Facebook
Twitter
LinkedIn
Facebook
Twitter
LinkedIn
Recent News
ଜଳିଗଲା ୩ ମହଲା ଘର
ଖଲ୍ଲିକୋଟ :ଖଲ୍ଲିକୋଟ ନୂଆସାହିରେ ଜଳିଗଲା ୩ ମହଲା ଘର । ଘରେ ଚାର୍ଜକେ ବସିଥିବା ଇଭି ବ୍ୟାଟେରୀରୁ ପ୍ରଥମେ ଅଗ୍ନିକାଣ୍ଡ । ପରେ ଗ୍ୟାସ ସିଲିଣ୍ଡର ଫାଟିବାରୁ...
ବିହାର ପାଇଁ ଜେଡିୟୁର ପ୍ରାର୍ଥୀ ଘୋଷଣା
ବିହାର : ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୫୭ ଜଣଙ୍କ ନାଁ । ଚିରାଗ ପାଶୱାନ ଦାବି କରୁଥିବା ୪ଟି ସିଟରେ ପ୍ରାର୍ଥୀ ଦେଲା ଜେଡିୟୁ ।...
ନାଣ୍ଡୁ ଅପରାଧି ଚରିତ୍ରର ବ୍ୟକ୍ତି ; ଭକ୍ତ ଦାସ
ଭୁବନେଶ୍ୱର : କଂଗ୍ରେସ ଭବନ ବାହାରେ ହାଇଡ୍ରାମାକୁ ନେଇ ପିସିସି ସଭାପତିଙ୍କ ସ୍ପଷ୍ଟ ମତ । ନାଣ୍ଡୁ ଧଳ ଜଣେ ଅପରାଧିକ ଚରିତ୍ରର ବ୍ୟକ୍ତି । ସେ...
ସ୍କୁଲ ବସ-ବାଇକ ମୁହାଁମୁହିଁ ଧକ୍କା , ବାଇକ ଚାଳକ ମୃତ
ଉମରକୋଟ : ସ୍କୁଲ ବସ୍ ଓ ବାଇକ ମୁହାଁମୁହିଁ ଧକ୍କା । ବାଇକ ଚାଳକ ମୃତ, ୩ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ନବରଙ୍ଗପୁର ଜିଲ୍ଲା ଗଞ୍ଜାପାର...