The Ultimate Managed Hosting Platform
ADVERTISEMENT

ଆଇଫୋନ୍ ତିଆରି କରିବ ଟାଟା !

Facebook
Twitter
LinkedIn

ଆଇଫୋନ୍ ତିଆରି କରିବ ଟାଟା। ଭାରତରେ ଆଇଫୋନ୍ ଆସମ୍ବଲ କରିବାକୁ ଟାଟା କମ୍ପାନୀ କଥାବାର୍ତ୍ତା ଆରମ୍ଭ କରିଛି। ତେବେ ଏପର୍ଯ୍ୟନ୍ତ ତାଇୱାନ କମ୍ପାନୀ ଫକ୍ସକନ ଓ ୱିଷ୍ଟ୍ରନ୍ ଭାରତ ଓ ଚୀନରେ ଆଇଫୋନ ଆସମ୍ବଲ କରୁଥିଲେ। ଅଧିକାଂଶ iphone ଚୀନରେ ତିଆରି ହୋଇ ଭାରତକୁ ରପ୍ତାନୀ କରାଯାଉଥିଲା। ହେଲେ ଏବେ ଭାରତରେ ଆଇଫୋନକୁ ଆସମ୍ବଲ କରିବାକୁ ଟାଟା ଅଣ୍ଟାଭିଡ଼ିଥିବା ସୂଚନା ମିଳିଛି।

ଏଥିପାଇଁ ଟାଟା ଗ୍ରୁପ୍ ତାଇୱାନୀ କମ୍ପାନୀ ସହ ଆଲୋଚନା ଜାରି ରଖିଛି। ଦୁଇ କମ୍ପାନୀ ମିଶି ଭାରତରେ ମେନୁଫେକ୍ଚର ଜଏଣ୍ଟ ଭେଞ୍ଚର ଆରମ୍ଭ କରିବେ ବୋଲି ଚର୍ଚ୍ଚା ହେଉଛି। ଦୁଇ କମ୍ପାନୀ ମିଶି ଦକ୍ଷିଣ ଏସିଆ ରାଷ୍ଟ୍ରଗୁଡ଼ିକରେ ଆଇଫୋନ୍ ନିର୍ମାଣକାରୀ ପ୍ଲାଣ୍ଟ ବସାଇବେ ବୋଲି କୁହାଯାଉଛି।

ଏହା ବି ଶୁଣିବାକୁ ମିଳୁଛି ଯେ ଟାଟା ୱିଷ୍ଟ୍ରନ୍‌ କର୍ପ କମ୍ପାନୀର ଇକ୍ୱିଇଟି କିଣିବାକୁ ଆଲୋଚନା କରୁଛି। ଯଦି ଏହା ସଫଳ ହେଲା ତେବେ ଆଇଫୋନ୍‌ ତିଆରି କରିବାରେ ଟାଟା ପ୍ରଥମ ଭାରତୀୟ କମ୍ପାନୀ ହେବ। ଏହା ଭାରତ ପାଇଁ ମଧ୍ୟ ଶୁଭ ସଂକେତ ହେବ। ସ୍ମାର୍ଟ ଫୋନ୍ ନିର୍ମାଣରେ ଟାଟାର ପ୍ରବେଶ କଲେ ଇଲେକ୍ଟ୍ରୋନିକ ବଜାରରେ ଚୀନର ପ୍ରଭାବ କମିବ ବୋଲି କୁହାଯାଉଛି।

ଅନ୍ୟପଟେ କରୋନା ମହାମାରୀ ପରେ ଚୀନ ଓ ଆମେରିକା ମଧ୍ୟରେ ସବୁବେଳେ ମୁହାଁମୁହିଁ ସ୍ଥିତି ରହୁଛି। ଅନେକ କମ୍ପାନୀ ପୂର୍ବରୁ ଚୀନ ଛାଡ଼ି ସାରିଥିବା ବେଳେ ଆମେରିକାର ସ୍ମାର୍ଟଫୋନ୍ ଜାଏଣ୍ଟ ଆପଲ ମଧ୍ୟ ଚୀନର ବିକଳ୍ପ ଖୋଜୁଛି। ଯଦି ଟାଟା ବିକଳ୍ପ ରୂପେ ଉଭା ହେଲା ତେବେ ଆପଲ ମଧ୍ୟ ଲାଭବାନ ହେବ। କମ୍ପାନୀକୁ ଭାରତ ଭଳି ବଡ଼ ବଜାର ମିଳିବା ସହ ନିର୍ମାଣରେ ଚୀନର ଏକଛତ୍ରବଦାଦୀ ଗୁଣକୁ କମ କରିହେବ। ତେବେ  ଏନେଇ ଟାଟା କିମ୍ବା ୱିଷ୍ଟ୍ରନ ପକ୍ଷରୁ କୌଣସି ସୂଚନା ମିଳି ନାହିଁ। ଆପଲ ଏ ବିଷୟରେ ଅବଗତ ଅଛି କି ନାହିଁ ସେ ନେଇ ମଧ୍ୟ କୌଣସି ସ୍ପଷ୍ଟ ସୂଚନା ନାହିଁ।

ତେବେ ଟାଟା ଗ୍ରୁପର ଚେୟାର ମ୍ୟାନ୍ ନଟରାଜନ ଚନ୍ଦ୍ରଶେଖରନ କହିଛନ୍ତି ଯେ ଇଲେକ୍ଟ୍ରୋନିକ ଓ ହାଇଟେକ୍ ମେନୁଫେକ୍ଚରିଂ ଉପରେ କମ୍ପାନୀ ଅଧିକ ଗୁରୁତ୍ୱ ଦେଉଛି। ଏଥିରୁ ଜଣାପଡୁଛି ଯେ କମ୍ପାନୀ ଏବେ ଫୋନ୍ ମେନୁ ଫେକଚ୍‌ରକୁ ଓହ୍ଲାଇବ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login