ନୂଆଦିଲ୍ଲୀ : ତାମିଲନାଡୁର ପୂର୍ବତନ ସ୍ପେଶାଲ ଡିଜି ରାଜେଶ ଦାସଙ୍କୁ ୩ ବର୍ଷ ଜେଲ । ଜଣେ ମହିଳା ଆଇପିଏସ ଅଫିସରଙ୍କୁ ଯୌନ ନିର୍ୟାତନା ମାମଲାରେ ଆଜି କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ତାଙ୍କୁ ୩ ବର୍ଷ ସଶ୍ରମ ଜେଲ ଦଣ୍ଡାଦେଶ ଦେଇଛନ୍ତି । ଏଥିସହ ୨୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ରହିଛି । ୨୦୨୧ ମସିହାରେ ଫେବ୍ରୁଆରୀ ୨୧ରେ ତାମିଲନାଡୁ ନିର୍ବାଚନ ବେଳେ ଏହି ଘଟଣା ଘଟିଥିଲା । ତାମିଲାନାଡୁର ତତ୍କାଳୀନ ମୁଖ୍ୟମନ୍ତ୍ରୀ କେ. ପାଲାନିସ୍ୱାମୀଙ୍କ ସୁରକ୍ଷାରେ ନିୟୋଜିତ ଜଣେ ମହିଳା ଆଇପିଏସ ଅଫିସରଙ୍କୁ ତତ୍କାଳୀନ ସ୍ପେଶାଲ ଡିଜି ଲ ଆଣ୍ଡ ଅର୍ଡର ରାଜେଶ ଦାସ ଗାଡ଼ି ଭିତରେ ଯୌନ ନିର୍ୟାତନା ଦେଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ରାଜେଶ ଦାସଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା ।
Views: 87