The Ultimate Managed Hosting Platform
ADVERTISEMENT

ଆଇପିଏଲର ଦାମୀ ଖେଳାଳୀ ସାମ କୁରାନ ।

Facebook
Twitter
LinkedIn

ଆଇପିଏଲର ମିନି ନିଲାମୀ ଶେଷ ହୋଇଛି । ଏହି ମିନି ନିଲାମୀରେ ଇଂଲଣ୍ଡର ଅଲରାଉଣ୍ଡର ସାମ କୁରାନ ଦାମୀ ଖେଳାଳୀ ଭାବେ ଉଭା ହୋଇଛନ୍ତି । ସାମ କୁରାନଙ୍କୁ ପଞ୍ଜାବ କିଙ୍ଗସ ୧୮.୫୦ କୋଟି ଟଙ୍କାରେ ଦଳରେ ସାମିଲ କରିଛି ।

କେବଳ ସାମ କୁରାନ ନୁହଁନ୍ତି ଅଷ୍ଟ୍ରେଲୀୟ ଅଲରାଉଣ୍ଡର କ୍ୟାମରନ ଗ୍ରୀନଙ୍କ ଉପରେ ମଧ୍ୟ ଟଙ୍କା ବର୍ଷା ହୋଇଛି । କ୍ୟାମରନ ଗ୍ରୀନଙ୍କୁ ୧୭.୫୦ କୋଟି ଟଙ୍କାରେ କିଣିଛି ମୁମ୍ବାଇ ଇଣ୍ଡିଆନ୍ସ । ଆଇପିଏଲ ମିନି ନିଲାମୀ ଅନେକ ଖେଳାଳୀଙ୍କ ଭାଗ୍ୟ ଖୋଲି ଦେଇଛି । ଆଉ କୋଟି କୋଟି ଟଙ୍କାରେ ବିକ୍ରି ହୋଇଥିବା ଖେଳାଳୀ ସୋସିଆଲ ମିଡ଼ିଆରେ ନିଜର ଖୁସି ବ୍ୟକ୍ତ କରିଛନ୍ତି । ଆଇପିଏଲର ଦାମୀ ଖେଳାଳୀର ଦର୍ଜା ପାଇବା ପରେ ସାମ କୁରାନ ଟ୍ୱିଟ୍ କରି ଲେଖିଛନ୍ତି, ଯେଉଁଠାରୁ ଏହା ଆରମ୍ଭ ହୋଇଥିଲା ସେହି ସ୍ଥାନକୁ ପୁଣି ଫେରି ଆସିଛି । ଆଉ ଏଥିପାଇଁ ବେଶ ଉତ୍ସାହିତ ଓ ତତ୍ପର ଅଛି ।

ଆଉ ଏସବୁ ଭିତରେ ପଞ୍ଜାବ ଟିମରେ ସାମିଲ ହେବା ପରେ ସାମ କୁରାନ କହିଛନ୍ତି, ମୁଁ ଗତ ରାତିରେ ଆଦୌ ଶୋଇ ପାରିନଥିଲି । ନିଲାମୀକୁ ନେଇ କେବଳ ଉତ୍ସାହିତ ନଥିଲି ବରଂ ନଭର୍ସ ମଧ୍ୟ ଥିଲି । ଏତେ ଟଙ୍କାରେ ମୋତେ କେହି କିଣିବେ ତାହା ବିଶ୍ୱାସ ହେଉନଥିଲା । ମୁଁ ୪ ବର୍ଷ ପୂର୍ବେ ପଞ୍ଜାବ କିଙ୍ଗସ ପକ୍ଷରୁ ଆଇପିଏଲରେ ଡେବ୍ୟୁ କରିଥିଲି । ଆଉ ଏବେ ପୁଣିଥରେ ସେହି କ୍ୟାମ୍ପକୁ ଫେରିବା ବେଶ ଦମଦାର ହେବ । ସେହିଭଳି ପଞ୍ଜାବ କିଙ୍ଗସର ସହ ମାଲିକ ନେସ ୱାଡିଆ କହିଛନ୍ତି, ସାମ କୁରାନ ବିଶ୍ୱର ଶ୍ରେଷ୍ଠ ଅଲରାଉଣ୍ଡରଙ୍କ ମଧ୍ୟରୁ ଜଣେ । ସାମ କୁରାନ ସାମିଲ ହେବା ପରେ ଦଳ ଆହୁରି ସନ୍ତୁଳିତ ହୋଇଯିବ ।

ଆମ ପାଖରେ ଅନେକ ଭାରତୀୟ ଅଲରାଉଣ୍ଡର ଥିଲେ କିନ୍ତୁ ଏବେ ସାମ କୁରାନ ଦଳରେ ସାମିଲ ହେବା ପରେ ପଞ୍ଜାବ ଆଇପିଏଲରେ ଶକ୍ତିଶାଳୀ ଦଳ ଭାବେ ଉଭା ହୋଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login