କଟକ : ଚଳିତବର୍ଷ ପ୍ରଥମଥର ପାଇଁ ଓଡ଼ିଆରେ ପ୍ରସାରିତ ହେବ ଆଇପିଏଲ୍ ସିଜନ୍-୧୬। ଆଇପିଏଲ୍ ରେ ଓଡ଼ିଆ ଆଙ୍କର୍ ଭାବେ ନଜର ଆସିବେ କଟକର ଲୋରିଆ ମହାନ୍ତି। ପ୍ୟାନେଲ୍ରେ ବି ରହିବେ ଓଡ଼ିଆ ଅତିଥି। ମ୍ୟାଚ୍ ପୂର୍ବରୁ ଓଡ଼ିଆ ଡିବେଟ୍ ପ୍ୟାନେଲ ‘ମ୍ୟାଚ୍ ସେଣ୍ଟର୍ ଲାଇଭ୍ ଅଧଘଣ୍ଟାଏର କାର୍ୟ୍ୟକ୍ରମ ରହିବ। ସେଥିରେ ଆଙ୍କର ଭାବେ ନଜର ଆସିବେ ଲୋରିଆ। ଚଳିତବର୍ଷ ପ୍ୟାନେଲ ଆଲୋଚନା, ମ୍ୟାଚ୍ କମେଣ୍ଟ୍ରି, ଗ୍ରାଫିକ୍ସ ମଧ୍ୟ ଓଡ଼ିଆରେ ପ୍ରସାରିତ ହେବ। ଏହାସହ ଇନିଂସ୍ ଆରମ୍ଭ, ମଝି ଓ ଶେଷ ସମୟରେ ଓଡ଼ିଆ ଭାଷାରେ ଆଇପିଏଲ୍ର ମଜା ନେବେ ଦର୍ଶକ। ଜିଓ ସିନେମା ଆପ୍ରେ ଆଇପିଏଲ୍ ସିଜିନ୍-୧୬କୁ ଦର୍ଶକମାନେ ଦେଖିପାରିବେ। ଚଳିତବର୍ଷ ଆଇପିଏଲ୍ ସିଜିନ୍-୧୬ ମାର୍ଚ୍ଚ ୩୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଗତମାସରେ ଏଥିପାଇଁ ହୋଇଥିବା ଅଡିସନ୍ (ଚୟନ ପକ୍ରିୟା)ରେ ଯୋଗ୍ୟ ବିବେଚିତ ହୋଇଛନ୍ତି କଟକର ଲୋରିଆ।
Views: 81