The Ultimate Managed Hosting Platform
ADVERTISEMENT

ଆଇଜି ପାର୍କକୁ ପୁନେରୁ ଆସିଲେ କଲରାପତରିଆ ବାଘ ଯୋଡି

Facebook
Twitter
LinkedIn

ରାଉରକେଲା: ପ୍ରାୟ ୨୩ ବର୍ଷ ପରେ ଇନ୍ଦିରା ଗାନ୍ଧୀ ପାର୍କ ଓ ଚିଡ଼ିଆଖାନାକୁ ଫେରିଛନ୍ତି ଦୁଇଟି କଲରାପତରିଆ ବାଘ। ଏମାନଙ୍କ ମଧ୍ୟରେ ଗୋଟିଏ ଅଣ୍ଡିରା (୮ ବର୍ଷ) ଥିବାବେଳେ ଅନ୍ୟଟି ଗୋଟିଏ ମାଈ(୭ ବର୍ଷ)। ଉଭୟଙ୍କୁ ପୁନେସ୍ଥ ରାଜୀବ ଗାନ୍ଧି ପ୍ରାଣୀ ଉଦ୍ୟାନ ଓ ବନ୍ୟଜନ୍ତୁ ଗବେଷଣା କେନ୍ଦ୍ରରୁ ଅଣାଯାଇଛି। ସଂପ୍ରତି ଉଭୟ ବାଘ ସଙ୍ଗରୋଧରେ ଥିବାବେବେଳ ୨୧ ଦିନପରେ ଜନସାଧାରଣଙ୍କ ପାଇଁ ଉନ୍ମୁକ୍ତ କରାଯିବ। ଆର୍ଏସ୍ପି ପକ୍ଷରୁ ୪ଟି ସ୍ବତନ୍ତ୍ର ପ୍ରଜାତିର ୪ ଶିଙ୍ଗ ବିଶିଷ୍ଟ ହରିଣ ବଦଳରେ ଏହି ଦୁଇ ବାଘକୁ ଅଣାଯାଇଛି।ବର୍ତ୍ତମାନ ଅଲଗା ଅଲଗା ଖୁଆଡ଼ରେ ରହୁଥିବାବେଳେ ଆଗାମୀ ଦିନରେ ଉଭୟଙ୍କୁ ଏକାଠି କରାଯିବ। ପରବର୍ତ୍ତୀ ସମୟରେ ଉଭୟେ ୨ ଏକର ବିଶିଷ୍ଟ ବାଘ ଖୁଆଡ଼ରେ ରହିବେ। ଉଲ୍ଲେଖଯୋଗ୍ୟ, ପୂର୍ବରୁ ମଧ୍ୟ ଏଠାରେ ୨ଟି କଲରାପତରିଆ ବାଘ ଅଣାଯାଇଥିଲା। କିନ୍ତୁ କୌଣସି କାରଣରୁ ପରବର୍ତ୍ତୀ ସମୟରେ ଉଭୟଙ୍କର ମୃତ୍ୟୁ ହୋଇଯାଇଥିଲା। ବର୍ତ୍ତମାନ ଏହି ପାର୍କରେ ୨୫୫ଟି ପ୍ରାଣୀ, ପକ୍ଷୀ ଅଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login