ନୂଆଦିଲ୍ଲୀ : ଟିମ୍ ଇଣ୍ଡିଆ କୋଚ୍ ଗୈାତମ ଗମ୍ଭୀରଙ୍କୁ ଆସିଲା ହତ୍ୟା ଧମକ । ଆଇଏସଆଇଏସ ପକ୍ଷରୁ ଆସିଲା ଧମକ । ଦିଲ୍ଲୀ ପୋଲିସରେ ଅଭିଯୋଗ କଲେ ଗୈାତମ ଗମ୍ଭୀର । ପରିବାରକୁ ସୁରକ୍ଷା ଦେବାକୁ ଦାବି କଲେ ଗମ୍ଭୀର । ଇ-ମେଲ ଜରିଆରେ ଗମ୍ଭୀରଙ୍କୁ ଏହି ଧମକ ଦିଆଯାଇଛି । ଯେଉଁଥିରେ ମାତ୍ର ତିନୋଟି ଶବ୍ଦ ଲେଖା ଯାଇଛି ‘I Kill You’ । ଏନେଇ ଗମ୍ଭୀର ପୋଲିସକୁ ଜଣାଇବା ସହ ଏତଲା ଦେଇଛନ୍ତି । ଅଭିଯୋଗ ପାଇବା ପରେ ଦିଲ୍ଲୀ ପୋଲିସ ଆକ୍ଟିଭ ହୋଇଯାଇଛି । ପୋଲିସ ସୂତ୍ରରୁ ପ୍ରକାଶ, ମେଲ୍ ପଠାଇଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା କରାଯାଉଛି । ସାଇବର ସେଲର ଟିମ୍ ଇ-ମେଲକୁ ଟ୍ରାକ କରିବାକୁ ଚେଷ୍ଟା କରୁଛନ୍ତି । ମେଲ୍ କେଉଁଠୁ ଆସିଛି ଓ କିଏ କରିଛି ତାହା ବର୍ତ୍ତମାନ ପର୍ୟ୍ୟନ୍ତ ସ୍ପଷ୍ଟ ହୋଇନି । ରାଜେନ୍ଦର ନଗର ପୋଲିସ ଷ୍ଟେସନରେ ମାମଲା ହୋଇଛି । ଗମ୍ଭୀରଙ୍କ କାର୍ୟ୍ୟାଳୟ ପକ୍ଷରୁ ପୋଲିସକୁ ସୂଚନା ଦିଆଯାଇଥିଲା । ବୁଧବାର ଏତଲା ଦେବା ସହ ନିଜ ପରିବାର ସୁରକ୍ଷା ବଢ଼ାଇବାକୁ ଅନୁରୋଧ କରିଛନ୍ତି ଗମ୍ଭୀର ।
ଆଇଏସଆଇଏସ ପକ୍ଷରୁ ଆସିଲା ଗମ୍ଭୀରଙ୍କୁ ହତ୍ୟା ଧମକ !
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











