ଭୁବନେଶ୍ୱର : ୩ ମାସ ଧରି ଜାଳିବ ଖପା । ଏପ୍ରିଲ୍ ମାସରେ ରାଜ୍ୟରେ ଅସମ୍ଭାଳ ତାତି ଅନୁଭୂତ ହେବ। କେବଳ ଏପ୍ରିଲ୍ ନୁହେଁ ଏପ୍ରିଲ୍ରୁ ଜୁନ୍ ମାସ ପର୍ୟ୍ୟନ୍ତ ତାତି ପ୍ରକୋପ ଅଧିକ ରହିବା ସହ ରାଜ୍ୟବାସୀ ଗରମ ଗୁଳୁଗୁଳିରେ ଅତିଷ୍ଟ ହେବେ। ଅନ୍ୟପଟେ ଏହି ୩ ମାସରେ ବର୍ଷାର ପରିମାଣ କମ୍ ରହିବା ସହିତ ସ୍ୱାଭାବିକ ତୁଳନାରେ ଅଧିକ ଦିନ ଗ୍ରୀଷ୍ମ ଲହରୀ ସ୍ଥିତି ସୃଷ୍ଟି ହେବ ବୋଲି ସୋମବାର ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପକ୍ଷରୁ କୁହାଯାଇଛି। ବିଭାଗ ପକ୍ଷରୁ ସୋମବାର ଏପ୍ରିଲ୍-ଜୁନ୍ ପର୍ୟ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ସ୍ଥିତିକୁ ନେଇ ଜାରି ହୋଇଥିବା ଋତୁକାଳୀନ ଆକନଳରେ କୁହାଯାଇଛି ଯେ ଚଳିତ ବର୍ଷ ଏପ୍ରିଲ୍ ମାସରେ ଗ୍ରୀଷ୍ମ ପ୍ରବାହ ଦିନ ସଂଖ୍ୟା ଅଧିକ ରହିପାରେ। ଚଳିତ ଗ୍ରୀଷ୍ମ ଋତୁରେ ଗରମ ଅସହ୍ୟ ହେବ। ଦେଶର ଅଧିକାଂଶ ଭାଗରେ ପ୍ରବଳ ତାତି ସହ ଗ୍ରୀଷ୍ମ ପ୍ରବାହ ମଧ୍ୟ ବଢିବ। ଏପ୍ରିଲରୁ ଜୁନ୍ ୩ ମାସ ମଧ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବା ସହିତ ଏହା ୧୦ ରୁ ୨୦ ଦିନ ପର୍ୟ୍ୟନ୍ତ ଜାରି ରହିବ। ଏଭଳି ସ୍ଥିତି ଜନଜୀବନକୁ ପ୍ରଭାବିତ କରିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି।
ଆଇଏମଡିର ସତର୍କ ସୂଚନା, ଏପ୍ରିଲରୁ ଜୁନ ପ୍ରବଳ ଖରା

Facebook
Twitter
LinkedIn
Facebook
Twitter
LinkedIn
Recent News
କରୁର ଦଳାଚକଟା ; ତଦନ୍ତ କରିବ ସିବିଆଇ
ତାମିଲନାଡୁ : ତାମିଲନାଡୁ କରୁର ଦଳାଚକଟା ଘଟଣାର ତଦନ୍ତ କରିବ ସିବିଆଇ । ମାମଲାର ସିବିଆଇ ତଦନ୍ତ ନିଦେ୍ର୍ଦଶ ଦେଲେ ସୁପ୍ରିମକୋର୍ଟ । ସିବିଆଇ ତଦନ୍ତକୁ ମନିଟର...
ପଣବନ୍ଦୀଙ୍କୁ ମୁକ୍ତ କଲା ହମାସ
ନୂଆଦିଲ୍ଲୀ : ୨ ବର୍ଷ ପରେ ଇସ୍ରାଏଲୀ ପଣବନ୍ଦୀଙ୍କୁ ମୁକ୍ତ କଲା ହମାସ । ଐତିହାସିକ ଶାନ୍ତି ଚୁକ୍ତି ପୂର୍ବରୁ ହମାସର ବଡ ପଦକ୍ଷେପ । ଇସ୍ରାଏଲ-ଗାଜା...
ମମତାଙ୍କୁ ପ୍ରଭାତୀଙ୍କ ଟାର୍ଗେଟ
ଭୁବନେଶ୍ୱର : ମମତା ବାନାର୍ଜୀଙ୍କୁ କଡା କାଉଣ୍ଟପ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଝିଅମାନେ ରାତିରେ ବାହାରକୁ ଯିବା ଉଚିତ ନୁହେଁ ମମତାଙ୍କ ମନ୍ତବ୍ୟକୁ ସମାଲୋଚନା...
ଏମସ କର୍ମଚାରୀଙ୍କୁ ଗୁଳି କରି ହତ୍ୟା !
ଭୁବନେଶ୍ୱର : ଏମସ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କଲେ ଦୁର୍ବୁତ୍ତ । ଡ୍ୟୁଟି ଆସିବା ବେଳେ ଲ୍ୟାବ ଆସିଷ୍ଟାଣ୍ଟଙ୍କୁ ଗୁଳିମାଡ । ରଣସିଂପୁରରେ ଗୋଡାଇ ଗୋଡାଇ...