The Ultimate Managed Hosting Platform
ADVERTISEMENT

ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ରେଡ

Facebook
Twitter
LinkedIn

ଭୁବନେଶ୍ୱର : ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ରେଡ । ବ୍ରିଜ ଆଣ୍ଡ ରୁଫ କମ୍ପାନୀ ମାମଲାରେ ଖୋଳତାଡ଼ କରୁଛି ସିବିଆଇ। ବିଷ୍ଣୁପଦଙ୍କ ଭୁବନେଶ୍ବର ସ୍ଥିତ ସରକାରୀ ବାସଭବନରେ ଦିଲ୍ଲୀରୁ ଆସିଥିବା ସିବିଆଇର ୮ ଜଣିଆ ଟିମ୍ ପହଞ୍ଚି ରେଡ କରୁଛନ୍ତି । ପୂର୍ବରୁ ବିଷ୍ଣୁପଦ ସେଠୀ ଓ ବ୍ରିଜ ଆଣ୍ଡ ରୁଫ କଂପାନୀ ଲିଙ୍କ ନେଇ ଏକ ତଥ୍ୟ ସାମ୍ନାକୁ ଆସିଥିଲା । କଂପାନୀର ଇଷ୍ଟ କୋଷ୍ଟ ଜିଏମ୍ ବି କେ ସିଂଙ୍କ ଏକ ଚିଠି ପ୍ରଘଟ ହୋଇଥିଲା । ଅନ୍ୟପଟେ ସିବିଆଇ ରେଡ୍ ନେଇ ମିଡିଆ ଆଗରେ ମୁହଁ ଖୋଲିଲେ ବିଷ୍ଣୁପଦ । ସେ କହିଛନ୍ତି ବ୍ରିଜ୍ ଆଣ୍ଡ ରୁଫ୍ ସହ ମୋର କିଛି ସମ୍ପର୍କ ନାହିଁ । ଚଞ୍ଚଲ ମୁଖାର୍ଜୀଙ୍କ ସହ ମଧ୍ୟ କିଛି ସମ୍ପର୍କ ନାହିଁ । ଏଥିରେ ମୋର କିଛି ଦୋଷ ନାହିଁ, ଷଡ଼ଯନ୍ତ୍ର ପରି ଲାଗୁଛି ବୋଲି ଆଇଏଏସ ବିଷ୍ଣୁପଦ ସେଠୀ କହିଛନ୍ତି । ଏହା ମଧ୍ୟ କହିଛନ୍ତି ମୋ ଘରେ ଜୋର ଜବରଦସ୍ତ ରେଡ୍ ଚାଲିଛି । ମହିଳା ପୋଲିସଙ୍କ ଅନୁପସ୍ଥିତିରେ ରେଡ୍ ଚାଲିଛି । ସୂଚନା ଅନୁସାରେ ଗତବର୍ଷ ଡିସେମ୍ବର ୪ରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ପ୍ରମୁଖ ସଚିବଙ୍କ ବ୍ୟକ୍ତିଗତ ସଚିବଙ୍କୁ ଚିଠିଟି ଲେଖାଯାଇଥିଲା । ଯେଉଁଥିରେ ବି କେ ସିଂ ଓ ବ୍ରିଜ୍ ଆଣ୍ଡ ରୁଫ୍ କଂପାନୀର ଜିଜିଏମ ଚଞ୍ଚଳ ମୁଖାର୍ଜୀ ଆଇଏଏସ ବିଷ୍ଣୁପଦଙ୍କୁ ଡିସେମ୍ବର ୫ ତାରିଖରେ ଭେଟିବାକୁ ସମୟ ମାଗିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଦୁର୍ଘଟଣା ପରେ ଟ୍ରକ ସହ ଜଳିଗଲେ ୩ ଡ୍ରାଇଭର

ଜଳିଗଲା ୩ ମହଲା ଘର

ଖଲ୍ଲିକୋଟ :ଖଲ୍ଲିକୋଟ ନୂଆସାହିରେ ଜଳିଗଲା ୩ ମହଲା ଘର । ଘରେ ଚାର୍ଜକେ ବସିଥିବା ଇଭି ବ୍ୟାଟେରୀରୁ ପ୍ରଥମେ ଅଗ୍ନିକାଣ୍ଡ । ପରେ ଗ୍ୟାସ ସିଲିଣ୍ଡର ଫାଟିବାରୁ...

ADVERTISEMENT

Login