ଅହମ୍ମଦାବାଦ : ୨ଟି ବଡ କୋଠାରେ ପିଟି ହୋଇଛି ଦୁର୍ଘଟଣାଗ୍ରସ୍ତ ବିମାନ । ଅହମ୍ମଦାବାଦ ମେଘାନୀ ନଗରରେ ୨ଟି ବିଲ୍ଡିଂରେ ପିଟି ହେଲା । ପ୍ରଥମେ ଜୁନିୟର ଡାକ୍ତର ହଷ୍ଟେଲରେ ପିଟିହେଲା । ଏଥି ସହ ସିନିୟର ରେସିଡେଣ୍ଟ ଡାକ୍ତର ହଷ୍ଟେଲରେ ପିଟି ହେଲା । ଜୁନିୟର ଡାକ୍ତର ହଷ୍ଟେଲର ଅଧିକ କ୍ଷତିଗ୍ରସ୍ତ ସୂଚନା । ବିଲ୍ଡିଂରେ ଥିବା ଡାକ୍ତରୀ ଛାତ୍ର ଛାତ୍ରୀଙ୍କ ତଥ୍ୟ ଆସିପାରିନି । ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା । ୧୧୦ ଯାତ୍ରୀଙ୍କ ମୃତ୍ୟୁ ନେଇ ଜାତୀୟ ଗଣମାଧ୍ୟମର ସୂଚନା । ବିମାନଟି ପୂରା ଜଳିଥିବାରୁ ମୃତାହତଙ୍କ ସଂଖ୍ୟା ବଢିବା ଆଶଙ୍କା । ଉଡ଼ାଣ ଭରିବା ସମୟରେ କ୍ରାଶ୍ ହେଲା ବିମାନ । ବିମାନ ଅହମ୍ମଦାବାଦରୁ ଲଣ୍ଡନ ଅଭିମୁଖେ ଦିନ ପାଖାପାଖି ସାଢ଼େ ୧ଟାରେ ଉଡ଼ାଣ ଭରୁଥିବାବେଳେ ଖସିପଡ଼ିଥିବା କୁହାଯାଉଛି । ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିମାନ ଦୁର୍ଘଟଣା ହୋଇଥିବା ସୂଚନା । ବିମାନରେ ପାଖାପାଖି ୨୪୨ ଯାତ୍ରୀ ଥିଲେ ।
Views: 4