ଅହମ୍ମଦାବାଦ : ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା । ୧୧୦ ଯାତ୍ରୀଙ୍କ ମୃତ୍ୟୁ ନେଇ ଜାତୀୟ ଗଣମାଧ୍ୟମର ସୂଚନା । ବିମାନଟି ପୂରା ଜଳିଥିବାରୁ ମୃତାହତଙ୍କ ସଂଖ୍ୟା ବଢିବା ଆଶଙ୍କା । ଉଡ଼ାଣ ଭରିବା ସମୟରେ କ୍ରାଶ୍ ହେଲା ବିମାନ । ବଡ଼ ଦୁର୍ଘଟଣାର ଶିକାର ହେଲା ଏୟାର ଇଣ୍ଡିଆର ବିମାନ AI171 । ଗୁଜରାଟ ଅହମ୍ମଦାବାଦ ଏୟାରପୋର୍ଟ ନିକଟରେ ଏହି ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଛି । ଏୟାର ଇଣ୍ଡିଆ AI171 ବିମାନ ଅହମ୍ମଦାବାଦରୁ ଲଣ୍ଡନ ଅଭିମୁଖେ ଦିନ ପାଖାପାଖି ସାଢ଼େ ୧ଟାରେ ଉଡ଼ାଣ ଭରୁଥିବାବେଳେ ଖସିପଡ଼ିଥିବା କୁହାଯାଉଛି । ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିମାନ ଦୁର୍ଘଟଣା ହୋଇଥିବା ସୂଚନା । ବିମାନରେ ପାଖାପାଖି ୨୪୨ ଯାତ୍ରୀ ଥିଲେ ।
Views: 9