ଅହମ୍ମଦାବାଦ : ଦୁର୍ଘଟଣାଗ୍ରସ୍ତ ବିମାନରେ ଥିଲେ ବିଜୟ ରୂପାନୀ । ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ । ବିଜୟ ରୂପାନୀଙ୍କ ଅବସ୍ଥା ନେଇ ସ୍ପଷ୍ଟ ହୋଇପାରିନାହିଁ । ଅହମ୍ମଦାବାଦ ଏୟାରପୋର୍ଟ ନିକଟରେ ବଡ଼ ଧରଣର ଦୁର୍ଘଟଣା ଘଟିଛି । ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିମାନ ଦୁର୍ଘଟଣା ହୋଇଛି ଯେଉଁଥିରେ ୧୨ ଜଣ କ୍ରୁ ମେମ୍ବର୍ସଙ୍କ ସହ ୨୪୨ ଜଣ ଯାତ୍ରୀ ଥିବା ସୂଚନା ରହିଛି । ପ୍ରାଥମିକ ରିପୋର୍ଟ ମୁତାବକ, ବିମାନର ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବାରୁ ଏଭଳି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ସ୍ଥଳରୁ ଉଠୁଥିବା ଧୂଆଁ ଦେଖି ଅନୁମାନ କରିହେଉଛି ଦୁର୍ଘଟଣାର ଭୟାବହତା ।
Views: 12