The Ultimate Managed Hosting Platform
ADVERTISEMENT

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଗୁଜୁରାଟ ସିଏମଙ୍କ ସହ କଥା ହେଲେ ସ୍ୱରାଷ୍ଟ୍ର ମନ୍ତ୍ରୀ ଶାହା

Facebook
Twitter
LinkedIn

ଅହମ୍ମଦାବାଦ : ଅହମ୍ମଦାବାଦରେ ବିମାନ ଦୁର୍ଘଟଣା । ଗୁଜୁରାଟ ସିଏମଙ୍କ ସହ କଥା ହେଲେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା । ପୋଲିସ କମିଶନରଙ୍କ ସହ ମଧ୍ୟ କଥା ହେଲେ ଶାହା । ଯୁଦ୍ଧକାଳୀନ ଉଦ୍ଧାର ପାଇଁ ଦେଲେ ନିଦେ୍ର୍ଦଶ ।
ସୂଚନା ଅନୁଯାୟୀ, ଅହମ୍ମଦାବାଦ ବିମାନ ବନ୍ଦର ନିକଟରେ ବିମାନ ଦୁର୍ଘଟଣା । ଦୁର୍ଘଟଣାଗ୍ରସ୍ତ ବିମାନରେ ନିଆଁ ଲାଗି ଯାଇଥିବା ସୂଚନା । ବଡ ଧରଣର ଦୁର୍ଘଟଣା , ଆକାଶରେ କଳା ଧୂଆଁର ଆସ୍ତରଣ । କେଉଁ ପ୍ରକାରର ବିମାନ ଥିଲା, କଁଣ କ୍ଷତି ହୋଇଛି ସ୍ପଷ୍ଟ ହୋଇନି । ଏଥିରେ ୨୪୨ ଜଣ ଯାତ୍ରୀ ଥିବା ସୂଚନା ରହିଛି । ପ୍ରାଥମିକ ରିପୋର୍ଟ ମୁତାବକ, ବିମାନର ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବାରୁ ଏଭଳି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ଫାୟାର ବିଗ୍ରେଡ୍ ଗାଡ଼ି ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା କରୁଥିଲେ ବି ଦୁର୍ଘଟଣା ଏତେ ଭୟଙ୍କର ରହିଛି ଯେ ନିଆଁ ଲିଭାଇବା କଷ୍ଟସାଧ୍ୟ ହେଉଛି । ଏୟାର ଇଣ୍ଡିଆ ଇଓ-୧୭୧ ବିମାନ ଅହମ୍ମଦାବାଦରୁ ଲଣ୍ଡନ ଅଭିମୁଖେ ଦିନ ପାଖାପାଖି ସାଢ଼େ ୧ଟାରେ ଉଡ଼ାଣ ଭରୁଥିବାବେଳେ ଖସିପଡ଼ିଥିବା କୁହାଯାଉଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login