The Ultimate Managed Hosting Platform
ADVERTISEMENT

ଅସହ୍ୟ ହେଉଛି ଗ୍ରୀଷ୍ମ ପ୍ରବାହ,୭୨ ଘଣ୍ଟା ମଧ୍ୟରେ ଗୋଟିଏ ଜିଲ୍ଲାରେ ୫୪ ଜଣଙ୍କ ମୃତ୍ୟୁ

Facebook
Twitter
LinkedIn

ୟୁପି : ଅସହ୍ୟ ଗ୍ରୀଷ୍ମପ୍ରବାହ ଫଳରେ ଉତ୍ତର ପ୍ରଦେଶର ବଲିଆ ଜିଲ୍ଲାରେ ଗତ ୭୨ ଘଣ୍ଟା ମଧ୍ୟରେ ୫୪ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ୪୦୦ ଲୋକ ଅସୁସ୍ଥ ହୋଇ ଏବେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଉତ୍ତର ପ୍ରଦେଶର ଅଧିକାଂଶ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ଡାକ୍ତରଙ୍କ କହିବା ମୁତାବକ ମେଡିକାଲକୁ ଆସୁଥିବା ଅଧିକାଂଶ ଲୋକଙ୍କ ଠାରେ ଜ୍ୱରର ଲକ୍ଷଣ ଦେଖିବାକୁ ମିଳୁଛି । ଏହାସହ ସେମାନେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି । ଏହି କ୍ରମରେ ଜୁନ ୧୫ ତାରିଖରେ ୨୩ ଜଣ, ୧୬ ତାରିଖରେ ୨୦ ଜଣ ଓ ୧୭ ତାରିଖରେ ୧୧ଜଣଙ୍କର ମୃତ୍ୟୁ ହୋଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login