The Ultimate Managed Hosting Platform
ADVERTISEMENT

ଅସମ୍ଭାଳ କଲାଣି ମହାକୁମ୍ଭ ଭିଡ, ମାଘ ପୂର୍ଣ୍ଣିମା ପାଇଁ ନୂଆ ନିଦେ୍ର୍ଦଶ

Facebook
Twitter
LinkedIn

ପ୍ରୟାଗରାଜ : ପ୍ରୟାଗରାଜରେ ବୁଡ ପକାଇବା ପାଇଁ ଶ୍ରଦ୍ଧାଳୁଙ୍କର ଜବରଦସ୍ତ ଭିଡ ଲାଗିଛି । ଏପର୍ୟ୍ୟନ୍ତ ୪୪ କୋଟିରୁ ଊର୍ଦ୍ଧ୍ବ ଲୋକ ବୁଡ ପକାଇସରିଲେଣି । ଏହାରି ମଧ୍ୟରେ ଭୀଷଣ ଭିଡ଼କୁ କାବୁ କରିବା ପାଇଁ ପୋଲିସ ଏବଂ ପ୍ରଶାସନ ନାକେଦମ ହେଲାଣି । ଭିଡ଼ ପାଇଁ ଗାଡି ମଟର ଘଣ୍ଟା ଘଣ୍ଟା ଅଟକି ରହୁଛି । ଗୋଟେ ଗୋଟେ କିଲୋମିଟର ବି ପାର୍ କରିବାକୁ ଘଣ୍ଟା ଘଣ୍ଟା ସମୟ ଲାଗୁଛି । ଖରା ଯୋଗୁଁ ମଧ୍ୟ ଶ୍ରଦ୍ଧାଳୁ ଛଟପଟ ହେଉଛନ୍ତି । ଗୋଟେ ପଟେ ପ୍ରୟାଗରାଜରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିବା ବେଳେ ଅନ୍ୟପଟେ ହନ୍ତସନ୍ତ ପରିସ୍ଥିତି ସୃଷ୍ଟି ହୋଇଛି । ମାଘ ପୂର୍ଣ୍ଣିମା ଭିଡ଼ ପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଧିକାରୀଙ୍କ ସହିତ ବୈଠକ କରିଛନ୍ତି । ମାଘ ପୂର୍ଣ୍ଣିମାରେ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି । ପିଲା ଏବଂ ମହିଳା, ବୟସ୍କଙ୍କୁ ସହଯୋଗ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଶ୍ରଦ୍ଧାଳୁ କିଭଳି ଗନ୍ତବ୍ୟ ସ୍ଥଳରେ ପହଞ୍ଚିବେ ତାହାକୁ ପ୍ରାଥମିକତା ଦିଆଯାଇଛି । ନଦୀ ହେଉ ଅବା ମେଳା ପରିସର, ଲଗାତାର ସଫାସୁତରା ରଖିବାକୁ କୁହାଯାଇଛି । କୌଣସି ଷ୍ଟେସନରେ ଅତ୍ୟଧିକ ଭିଡ଼ ହେଲେ ଅଧିକ ବସ୍ ଚଲାଇବାକୁ କୁହାଯାଇଛି । ଏହା ଅନୁସାରେ ମେଳା କ୍ଷେତ୍ରକୁ ନୋ ଭେଇକିଲ ଜୋନ ଘୋଷଣା କରାଯାଇଛି । ମହାକୁମ୍ଭକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ଗାଡି ସକାଳ ୪ଟାରୁ ସମ୍ବନ୍ଧୀୟ ରୁଟରେ ପାର୍କିଂରେ ପାର୍କ ହେବ । ଜରୁରୀକାଳୀନ ସେବା ଗାଡିକୁ ଏଥିରୁ ବାଦ୍ ଦିଆଯାଇଛି । ଭିଡକୁ ଦୃଷ୍ଟିରେ ରଖି ଭାରି ଯାନକୁ ସହର ଭିତରକୁ ପ୍ରବେଶ ଉପରେ ରୋକ ଲଗାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ପୁରୀ ଅଘଟଣ ; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛି ; ଆଇନମନ୍ତ୍ରୀ

ପୁରୀ ଅଘଟଣ : ଦୋଷୀଙ୍କୁ ଦଣ୍ଡ ବିଧାନ କରାଯିବ ; ଆଇନମନ୍ତ୍ରୀ

ପୁରୀ : ପୁରୀ ଅଘଟଣ ନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା । ମାସେ ଭିତରେ ତଦନ୍ତ ପ୍ରକ୍ରିୟା ଶେଷ ହେବ କହିଲେ ଆଇନମନ୍ତ୍ରୀ । ଯେଉଁମାନେ...

ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ସମୀକ୍ଷା ବୈଠକରେ ଯୋଗ ଦେବେ

ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ସ୍ଥଗିତ

ଭୁବନେଶ୍ୱର : ଆସନ୍ତାକାଲି ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ସ୍ଥଗିତ । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ପକ୍ଷରୁ ସୂଚନା । ଖୁବଶୀଘ୍ର ଅଭିଯୋଗ...

Login