The Ultimate Managed Hosting Platform
ADVERTISEMENT

ଅଷ୍ଟ୍ରେଲିଆ ସୋସିଆଲ ମିଡିଆ କଟକଣା

Facebook
Twitter
LinkedIn

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆ ସୋସିଆଲ ମିଡିଆକୁ ନେଇ ଆଜିଠୁ ନୂଆ ନିୟମ । ୧୬ବର୍ଷରୁ କମ ବୟସର ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ । ଫେସବୁକ, ଟିକଟକ, ଇନଷ୍ଟାଗ୍ରାମ, ୟୁଟ୍ୟୁବରେ ଆକାଉଣ୍ଟ ଥିଲେ ହଟାଇବାକୁ ପଡିବ । ନଚେତ କମ୍ପାନୀକୁ ୩୩ ମିଲିଅନ ଡଲାର ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିବ । ନୂଆ ଆଇନକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ । ଏହାକୁ ପ୍ରାଉଡ ଡେ କହିବା ସହ ପଦକ୍ଷେପକୁ ପ୍ରଶଂସା କରିଛନ୍ତି । ପିଲାଙ୍କ ମାନସିକ ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିବାକୁ ବଡ ପଦକ୍ଷେପ କହିଲେ ।
କିନ୍ତୁ ଡିସ୍କାର୍ଡ, ଗୁଗଲ କ୍ଲାସରୁମ୍, ମେସେଞ୍ଜର, ଗିଟହବ୍, ହ୍ବାଟସଆପ୍, ଲେଗୋ ପ୍ଲେ, ଷ୍ଟିମ୍, ରୋବଲୋକ୍ସ ଏବଂ ୟୁଟ୍ୟୁବ୍ କିଡ୍ସ ଭଳି ପ୍ଲାଟଫର୍ମଗୁଡ଼ିକ ଉପରେ କୌଣସି ପ୍ରତିବନ୍ଧକ ଲଗାଯାଇନାହିଁ । ଏହାରି ମଧ୍ୟରେ ଅଷ୍ଟ୍ରେିଲିଆ ସରକାରଙ୍କ ଇ-ସୁରକ୍ଷା ଅଧିକାରୀ କହିଛନ୍ତି ଯେ, କିଛି ପ୍ଲାଟଫର୍ମ ଏବେ ବି ବିଚାରଧୀନରେ ରହିଛି । ଏଥିସହ ବ୍ୟାନ୍ ଲିଷ୍ଟ ମଧ୍ୟ ଫାଇନାଲ ହୋଇନାହିଁ । ଯେଉଁଥିରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିବ ବୋଲି ଅନୁମାନ କରାଯାଉଛି । ଏଥିସହ ଏହି ପ୍ରତିବନ୍ଧକ କମ୍ ବୟସର ପିଲାଙ୍କ ପାଇଁ ଲାଗୁ କରାଯାଇଛି ବୋଲି ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆଣ୍ଟୋନି ଆଲବାନିଜ୍ ମଧ୍ୟ କହିଛନ୍ତି । ଅନ୍ୟପଟେ ପ୍ରତିବନ୍ଧକ ଉଲ୍ଲଂଘନକାରୀ ପିଲା ଏବଂ ବାପା-ମାଙ୍କୁ ଦଣ୍ଡ ଦିଆଯିବ ନାହିଁ ବୋଲି ମଧ୍ୟ ନିଷ୍ପତ୍ତି ନିଆଯାଇଛି । କିନ୍ତୁ କମ୍ପାନୀର ନିୟମ ଉଲ୍ଲଂଘନ ପାଇଁ ୪୯.୫ ମିଲିୟନ ଅଷ୍ଟ୍ରେଲିଆ ଡଲାର ପର୍ୟ୍ୟନ୍ତ ଜୋରିମାନା ହୋଇପାରେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login