କଟକ : ଅଶ୍ୱନୀ ବୈଷ୍ଣବଙ୍କ ଫୋକସରେ କଟକ । ଚଳିତ ମାସରେ ତୃତୀୟ ଥର ପାଇଁ କଟକ ଗସ୍ତରେ ଆସିଛନ୍ତି ଅଶ୍ୱିନୀ ବୈଷ୍ଣବ । ଗତକାଲି ଦୁଇ ଦିନିଆ କଟକ ଗସ୍ତରେ ଆସିଛନ୍ତି ରେଳମନ୍ତ୍ରୀ । କଟକରେ ପହଂଚିବା ପରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ସମୀର ଦେଙ୍କ ବାସଭବନରେ ପହଂଚି ତାଙ୍କୁ ସାକ୍ଷାତ କରିଛନ୍ତି । ସମୀର ଦେଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ଅଶ୍ୱିନୀ ବୈଷ୍ଣବ । ଆଜି କଟକ ସଦର ନିର୍ବାଚନ ମଣ୍ଡଳୀର ପରମହଂସ ମନ୍ଦିର ଯିବେ । ପରମହଂସଙ୍କଠାରେ ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ୟ୍ୟକ୍ରମରେ ଯୋଗଦେବେ । ଯଶପଡା ପଡ଼ିଆରେ ବିଜେପି କର୍ମକର୍ତାଙ୍କୁ ସମ୍ବୋଧନ କରିବାର କାର୍ୟ୍ୟକ୍ରମ ରହିଛି ।
Views: 64