The Ultimate Managed Hosting Platform
ADVERTISEMENT

ଅଶାଳୀନ ଫେସବୁକ୍ ପୋଷ୍ଟକୁ ନେଇ ତାତିଲେ ସାମ୍ବାଦିକ, ଭଦ୍ରକ ଏସପିଙ୍କ ଅଫିସ୍ ସମ୍ମୁଖରେ ଧାରଣା ଜାରି

Facebook
Twitter
LinkedIn

ଅଶାଳୀନ ଫେସବୁକ୍ ପୋଷ୍ଟକୁ ନେଇ ତାତିଲେ ସାମ୍ବାଦିକ । ଭଦ୍ରକ ଆରକ୍ଷୀ ଅଧିକ୍ଷକଙ୍କ କାର‌୍ୟ୍ୟାଳୟ ସମ୍ମୁଖରେ ଦେଲେ ଧାରଣା । ସୋସିଆଲ ମିଡିଆରେ ସାମ୍ବାଦିକଙ୍କୁ ଇଙ୍ଗିତ କରି ଖରାପ ପୋଷ୍ଟ କରିଥିବା ବ୍ୟକ୍ତିଙ୍କୁ ଗିରଫ ଦାବି ଭଦ୍ରକ ଜିଲ୍ଲାର ସମ୍ବାଦିକ ଗୋଷ୍ଠୀ ଧାରଣା ଦେଇଛନ୍ତି ।ସୂଚନା ଅନୁଯାୟୀ, ରିୟାଜ ଖାନ୍ ନାମକ ଯୁବକ ସାମ୍ବାଦିକଙ୍କୁ ନେଇ ଫେସବୁକରେ ଅଶାଳୀନ ପୋଷ୍ଟ କରିଛନ୍ତି । ଏମିତି କି ସାମ୍ବାଦିକଙ୍କ ପରିବାର ଲୋକଙ୍କୁ ନେଇ ଗାଳିଗୁଲଜ କରି ସୋସିଆଲ ମିଡିଆରେ ସେୟାର କରିଥିଲେ । ପୂର୍ବରୁ ମଧ୍ୟ ସମ୍ପୃକ୍ତ ଯୁବକ ଏଭଳି ଅନେକ ଥର ଅଶାଳୀନ ପୋଷ୍ଟ କରିଛନ୍ତି। ଏନେଇ ସାମ୍ବାଦିକ ମାନେ ଭଦ୍ରକ ଟାଉନ ଥାନାରେ ଏତଲା ଦେଇଥିଲେ ମଧ୍ୟ କୌଣସି କର‌୍ୟ୍ୟାନୁଷ୍ଠାନ ହେଉନଥିବାରୁ ଏସପିଙ୍କ ଅଫିସ୍ ସମ୍ମୁଖରେ ଧାରଣା ଦେଇ ଅଭିଯୁକ୍ତ ଯୁବକକୁ ଗିରଫ ଦାବି କରିଛନ୍ତି ।ଏହା ପରେ ଟାଉନ ଥାନା ଅଧିକାରୀ ଉମା ଶଙ୍କର ନାୟକ ଗିରଫ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଗିରଫ ବିଳମ୍ବ ହେବାରୁ ସଂନ୍ଧ୍ୟା ସମୟରେ ଟାଉନ ଥାନା ସମ୍ମୁଖରେ ସାମ୍ବାଦିକ ମାନେ ଧାରଣା ଦେଇଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login