The Ultimate Managed Hosting Platform
ADVERTISEMENT

ଅଶାନ୍ତ ମଣିପୁରରେ କର୍ଫ୍ୟୁ କୋହଳ , ଅତ୍ୟାବଶ୍ୟକ ସାମଗ୍ରୀ କିଣୁଛନ୍ତି ଲୋକେ

Facebook
Twitter
LinkedIn

ଇମ୍ଫାଲ : ମଣିପୁରରେ ସୁଧୁରୁଛି ସ୍ଥିତି । ଅତ୍ୟାବଶ୍ୟକ ସାମଗ୍ରୀ କିଣି ନେବାକୁ କର୍ଫ୍ୟୁ ସାମାନ୍ୟ କୋହଳ ହୋଇଛି । ଫଳରେ ଲୋକ ନିର୍ଦ୍ଧାରିତ ସମୟରେ ବଜାରକୁ ଯାଇ ସାମଗ୍ରୀ କିଣୁଛନ୍ତି । ସେପଟେ ହିଂସାରେ ବଢୁଛି ମୃତ୍ୟୁ ସଂଖ୍ୟା । ୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଭୟରେ ଭିଟାମାଟି ଛାଡିଲେଣି । ଘର ଦ୍ବାର ଛାଡି ଲୋକେ ଏବେ ଅନ୍ୟ ସହର ଓ ରାଜ୍ୟକୁ ଚାଲିଯାଉଛନ୍ତି ।
ଗତ ସପ୍ତାହରେ ହୋଇଥିବା ହିଂସା ପରଠୁ ଲୋକମାନେ ପଡୋଶୀ ରାଜ୍ୟ କୋଲକାତାକୁ ପଳାଉଥିବା ବେଳେ ବିମାନ ଚଳାଚଳ କମ୍ପାନୀ ପକ୍ଷରୁ ଫ୍ଲାଇଟ ଚାର୍ଜେସ ବଢ଼ାଇଦିଆଯାଇଛି । ସାଧାରଣ ଦିନ ତୁଳନାରେ ଫ୍ଲାଇଟ ଚାର୍ଜେସ ୬ରୁ ୮ଗୁଣା ବୃଦ୍ଧି ପାଇଛି । ମଣିପୁର ଇମ୍ଫାଲ ଏୟାରପୋର୍ଟରୁ କୋଲକାତା ବିମାନ ଯାତ୍ରା ପାଇଁ ୨୨ରୁ ୩୦ ହଜାର ଚାର୍ଜ କରୁଛନ୍ତି କମ୍ପାନୀ । ଏୟାର ପୋର୍ଟ ବାହାରେ ହଜାର ହଜାର ଲୋକଙ୍କ ଲମ୍ବା ଲାଇନ ଲାଗିଛି । ସଂରକ୍ଷଣ ଦାବିକୁ ନେଇ ମଣିପୁରରେ ହିଂସା ଉଗ୍ର ରୂପ ନେଇଥିବା ବେଳେ ସେଠାରୁ ଫେରି ଅନୁଭୂତି ଶୁଣାଇଛନ୍ତି ପୀଡ଼ିତ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଭୁବନେଶ୍ୱର : ବିଶ୍ୱ ଏଡସ ଦିବସରେ କ୍ୟାପିଟାଲ ହସ୍ପିଟାଲ ପରିସରରେ ସଚେତନତା ରାଲି ।ପତାକା ଦେଖାଇ ଉଦଘାଟନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ରାଜ୍ୟରେ...

Login