ଭୁବନେଶ୍ୱର : ମଣିପୁରରୁ ଫେରିଲେ ଓଡ଼ିଆ ଛାତ୍ରଛାତ୍ରୀ । ହିଂସାକାଣ୍ଡ ପରେ ସେଠାରେ ଫସିଥିବା କିଛି ଛାତ୍ରଛାତ୍ରୀ ଆଜି ଓଡ଼ିଶା ଫେରିଛନ୍ତି । ଭୁବନେଶ୍ୱରରେ ପହଞ୍ଚିଛନ୍ତି ୧୦ ଛାତ୍ରଛାତ୍ରୀ । ସେମାନଙ୍କ ଭିତରେ ଅଛନ୍ତି ୩ ଜଣ ଝିଅ ଓ ୭ ଜଣ ପୁଅ । ମଣିପୁରରୁ ଫେରିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ନବୀନ ନିବାସରେ ଭେଟି ଧନ୍ୟବାଦ ଜଣାଇଲେ ଛାତ୍ରଛାତ୍ରୀ । ମୁଖ୍ୟମନ୍ତ୍ରୀ ସବୁ ଛାତ୍ରଛାତ୍ରୀଙ୍କୁ ସେଠାକାର ସ୍ଥିତି ବିଷୟରେ ପଚାରି ବୁଝିଥିଲେ । ରାଜ୍ୟ ସରକାର ସେମାନଙ୍କ ସହ ସବୁବେଳେ ଥିବା କହିଥିଲେ । ଓଡ଼ିଶା ଫେରନ୍ତା ଛାତ୍ରଛାତ୍ରୀ ମାନେ ଇମ୍ଫାଲ ବିଶ୍ୱବିଦ୍ୟାଳୟରେ ସେମାନେ ପଢୁଥିଲେ । ଦଙ୍ଗା ଯୋଗୁ ସେଠାରେ ଫସି ରହିଥିଲେ ।
Views: 79