ନୂଆଦିଲ୍ଲୀ :ପୁଷ୍ପା-୨ ପ୍ରିମିୟର ଶୋରେ ଦଳାଚକଟା ଘଟଣା । ଆଜି ଅଲ୍ଲୁ ଅର୍ଜୁନଙ୍କ ଜାମିନ ନେଇ ଶୁଣାଣି ହେବ । ମହିଳାଙ୍କ ମୃତ୍ୟୁ ଘଟଣାରେ ।ଜି ସରୁଛି ହାଇକୋର୍ଟରୁ ମିଳିଥିବା ୧୪ ଦିନିଆ ଅନ୍ତରୀଣ ବେଲର ଅବଧି । ଏହାରି ମଧ୍ୟରେ ଆଜି ଜାମିନ ଉପରେ କୋର୍ଟ ଶୁଣାଣି କରିବାକୁ ଯାଉଛନ୍ତି। ଅଲ୍ଲୁ ପୁଣିଥରେ ଜେଲ ଯିବେ ନାଁ ତାଙ୍କୁ ବେଲ୍ ମିଳିବ ଆଶା ଆଶଙ୍କାରେ ରହିଛନ୍ତି ଅଲ୍ଲୁଙ୍କ ସମର୍ଥକ । ଡିସେମ୍ବର ୪ ତାରିଖରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା-୨ର ସ୍ପେଶାଲ ସ୍କ୍ରିନିଂ ସମୟରେ ଦଳଚକଟା ହେବାରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଆଠ ବର୍ଷର ପୁଅ ଗୁରୁତର ଭାବେ ଆହତ ହୋଇଥିଲେ । ଘଟଣାକୁ ନେଇ ଚିକ୍କାଡପାଲି ପୋଲିସ ଷ୍ଟେସନରେ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଇଥିଲା । ପରେ ଗିରଫ ହୋଇଥିଲେ ଅଲ୍ଲୁ ଅର୍ଜୁନ ।
Views: 42