ମୁମ୍ବାଇ : ବଲିଉଡ ଅଭିନେତା ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନିତା ଆହୁଜା କୌଣସି ନା କୌଣସି କାରଣରୁ ଖବରରେ ରହିଥାନ୍ତି। ଏବେ ଖବର ଆସିଛି ଯେ ଉଭୟଙ୍କ ବୈବାହିକ ଜୀବନରେ ସବୁକିଛି ଠିକ୍ ଚାଲିନାହିଁ। ଗୋବିନ୍ଦା ଏବେ ଜଣେ ମରାଠୀ ଅଭିନେତ୍ରୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିବା ଚର୍ଚ୍ଚା ହେଉଛି। ଏହି କାରଣରୁ ସେ ନିଜ ପତ୍ନୀଙ୍କୁ ଛାଡ଼ପତ୍ର ଦେବାକୁ ଯୋଜନା ମଧ୍ୟ କରୁଛନ୍ତି ବୋଲି ସାମ୍ନାକୁ ଆସିଛି। ଛାଡ଼ପତ୍ର ଚର୍ଚ୍ଚା ମଧ୍ୟରେ ଏବେ ସୁନିତାଙ୍କ ପୁରୁଣା ସାକ୍ଷାତକାର ସବୁ ଭାଇରାଲ ହେଉଛି, ଯେଉଁଥିରୁ ଲୋକେ ଆକଳନ କରୁଛନ୍ତି ଯେ, ଗୋବିନ୍ଦା ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ଅନେକ ମାସ ହେଲା ସମ୍ପର୍କ ଭଲ ନାହିଁ। ତେବେ ଏହି ଚର୍ଚ୍ଚା ମଧ୍ୟରେ ଦୁହିଁଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିପାରିନାହିଁ।
Views: 20