The Ultimate Managed Hosting Platform
ADVERTISEMENT

ଅର୍ପଣ ରଥରୁ ୩ କୋଟି ୬ ଲକ୍ଷ

Facebook
Twitter
LinkedIn

ପୁରୀ : ଅର୍ପଣ ରଥରୁ ମିଳିଛି ୩ କୋଟିରୁ ଅଧିକ ଦକ୍ଷିଣା । ୩ କୋଟି ୬ ଲକ୍ଷ ୬୨ ହଜାର ୮୧୩ ଟଙ୍କାର ଦକ୍ଷିଣା ମିଳିଛି ଅର୍ପଣ ରଥ ପାଇଁ । ଗତ ଜାନୁଆରୀ ୨୨ ତାରିଖରୁ ଫେବ୍ରୁଆରୀ ୭ ତାରିଖ ମଧ୍ୟରେ ଏହି ଅର୍ଥରାଶି ଶ୍ରୀମନ୍ଦିର ପ୍ରଶାସନକୁ ମିଳିଥିବା ନେଇ ମନ୍ଦିର ପ୍ରଶାସନ ସୂଚନା ଦେଇଛି । ୩୦ଟି ଯାକ ଜିଲ୍ଲାରୁ ଏହି ଦକ୍ଷିଣ ଭକ୍ତମାନେ ଶ୍ରୀମନ୍ଦିରକୁ ଦେଇଛନ୍ତି । ତେବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ଗାଁ ଗାଁରେ ବୁଲିଥିଲା ଅର୍ପଣ ରଥ । ଏହି ସମୟରେ ଲୋକମାନେ କାଳିଆ ପାଇଁ ଗୁଆ ନଡିଆ ଦେବା ସହିତ ଅରୁଆ ଚାଉଳ ଏବଂ ଦକ୍ଷିଣା ପ୍ରଦାନ କରିଥିଲେ । ବର୍ତ୍ତମାନ ଏହି ଦକ୍ଷିଣାର ପରିମାଣ ୩ କୋଟି ୬ ଲକ୍ଷ ୬୨ ହଜାର ୮୧୩ ଟଙ୍କା ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଅହମଦାବାଦ ରଥଯାତ୍ରାରେ ଅଘଟଣ , ଡିଜେ ବାଜିବାରୁ ବେକାବୁ ହେଲା ଗଜରାଜ

ଅହମଦାବାଦ ରଥଯାତ୍ରାରେ ଅଘଟଣ , ଡିଜେ ବାଜିବାରୁ ବେକାବୁ ହେଲା ଗଜରାଜ

ଅହମଦାବାଦ : ଅହମଦାବାଦ ରଥଯାତ୍ରାରେ ଘଟିଲା ଅଘଟଣ । ଡିଜେ ବାଜିବାରୁ ବେକାବୁ ହେଲା ହାତୀ । ଡିଜେର ପ୍ରଚଣ୍ଡ ଶବ୍ଦରେ ଅନିୟନ୍ତ୍ରିତ ହାତୀଟି ଏପଟ ସେପଟ...

Login