ଚୈାଦ୍ୱାର : ବଧି ପଡିଆରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର ହୋଇଥିବା ଯୁବକଙ୍କ ମୃତ୍ୟୁ । ଯୁବକଙ୍କ ପରିଚୟ ମିଳିନି , ମାନସିକ ବିକାରଗ୍ରସ୍ତ ଥିବା ଅନୁମାନ । ଉଦ୍ଧାର କରି କଟକ ଏସସିବିରେ ଭର୍ତ୍ତି କଲେ ସ୍ଥାନୀୟ ଲୋକେ । ଯୁବକଙ୍କ ଦେହରେ କିପରି ନିଆଁ ଲାଗିଲା ଜଣାପଡିନି ।
ତେବେ ଘଟଣାଟି ଥିଲା ଏହିପରି ଯୁବକଙ୍କୁ ଶ୍ମଶାନ ଭିତରେ ଜୀଅନ୍ତା ଜାଳିଦେଇଛନ୍ତି ଦୁର୍ବୃତ୍ତ । ବିରାଟଗାଦି ନିକଟ ଶ୍ମଶାନରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଏହି ଯୁବକଙ୍କୁ ଉଦ୍ଧାର କରାଯାଇଥିଲା ଗତକାଲି ରାତିରେ। ଗତକାଲି ରାତି ପ୍ରାୟ ୧୨ଟା ସମୟରେ କିଛି ସ୍ଥାନୀୟ ଲୋକେ ଯୁକଙ୍କୁ ଗୁରୁତର ଅବସ୍ଥାରେ ଦେଖିବାକୁ ପାଇଥିଲେ । ସେହି ସମୟରେ ଚୌଦ୍ବାର ପୋଲିସ ପାଟ୍ରୋଲିଂ କରୁଥିବାବେଳେ ତୁରନ୍ତ ଆସି ଘଟଣାସ୍ଥଳରେ ପହଁଚିଥିଲା ।
ଶ୍ମଶାନ ଭିତରେ ଯୁବକ ଜଣକ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଛଟପଟ ହେଉଥିବା ଦେଖିବାକୁ ପାଇଥିଲା । ଗୁରୁତର ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରି କଟକ ବଡ଼ ମେଡିକାଲକୁ ପଠାଯାଇଥିଲା । ହେଲେ ଏସ ସି ବିରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ଜଣାପଡିଛି। ଯୁବକ ଜଣକ ନିଆଳି ଗୋବିନ୍ଦପୁର ଅଞ୍ଚଳର ନିଶ୍ଚଳ ରଂଜନ ମହାପାତ୍ର ବୋଲି ଜଣାପଡିଛି। ସେ ନିଶା ସେବନ କରନ୍ତି, ଗତକାଲି ଘରେ ଥିଲେ, କିଛି ବ୍ୟକ୍ତି ତାଙ୍କୁ ଡାକି ସାଙ୍ଗରେ ନେଇଥିବା ପରିବାରବର୍ଗ କହିଛନ୍ତି।
ଘଟଣାର ସଠିକ ତଦନ୍ତ ହେଉ ବୋଲି ପରିବାର ଲୋକେ ଦାବି କରିଛନ୍ତି। ଏପଟେ ଯୁବକଙ୍କୁ କେହି ମାରିଦେବାକୁ ଉଦ୍ୟମ କରୁଥିବା ପୋଲିସ ମଧ୍ୟ ସନ୍ଦେହ କରୁଛି। ଯୁବକଙ୍କ ଶରୀରର ଅଧିକାଂଶ ଅଂଶ ପୋଡି ଯାଇଥିବାଲା । ଏପଟେ ଶବ ବ୍ୟବଚ୍ଛେଦ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ, ଚୌଦ୍ବାର ସହରକୁ ନାକାବନ୍ଦୀ କରି ତଦନ୍ତ ଆରମ୍ଭ କରିଛି ଚୌଦ୍ୱାର ଥାନା ପୋଲିସ।
ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର ଯୁବକଙ୍କ ମୃତ୍ୟୁ

Facebook
Twitter
LinkedIn
Facebook
Twitter
LinkedIn
Recent News
ଓଡିଶାରେ କଂଗ୍ରେସର ସ୍ଥାନ ନାହିଁ –ମନମୋହନ
ଭୁବନେଶ୍ୱର : କଂଗ୍ରେସକୁ ତୀବ୍ର ସମାଲୋଚନା କଲେ ମନମୋହନ ସାମଲ । ଓଡିଶାରେ କଂଗ୍ରେସର କୈାଣସି ସ୍ଥାନ ନାହିଁ କହିଲେ ମନମୋହନ । ସୁଯୋଗ ମିଳିଲେ ବି...
ଅପରେସନ ସିନ୍ଦୂରରେ ଭାରତର କିଛି ବି କ୍ଷତି ହୋଇନି , ଯଦି ଅଛି ତେବେ ଗୋଟେ ଫଟୋ ଦେଖାଅ : ଅଜିତ ଡୋଭାଲ
ନୂଆଦିଲ୍ଲୀ : ଅପରେସନ ସିନ୍ଦୂରକୁ ନେଇ ବିଦେଶୀ ଗଣମାଧ୍ୟମ ଉପରେ ବର୍ଷିଲେ ଏନଏସଏ ଅଜିତ ଡୋଭାଲ । ଅପରେସନ ସିନ୍ଦୂରରେ ଭାରତ ଆଦୌ କ୍ଷତି ସହିନି ।...
ରାହୁଲ ଅବାନ୍ତର କଥା କହୁଛନ୍ତି -ଆଇନମନ୍ତ୍ରୀ
ଭୁବନେଶ୍ୱର : ରାହୁଲଗାନ୍ଧୀ ଅବାନ୍ତର କଥା କହୁଛନ୍ତି କହିଲେ ଆଇନମନ୍ତ୍ରୀ । ବଳଭଦ୍ରଙ୍କ ରଥ ମୋଡ ନେବା କାରଣରୁ ରଥ ଟଣା ବିଳମ୍ବ ହେଲା । ଅଦାନୀଙ୍କ...
ପାଚିଲା ଅମୃତଭଣ୍ଡା ରସକୁ ପିଇଲେ ମିଳେ ଅନେକ ଫାଇଦା, ଆଖି ପାଇଁ ଲାଭଦାୟକ
ବ୍ୟୁରୋ : ଅମୃତଭଣ୍ଡା ଫାଇବର, ଭିଟାମିନ୍, ମିନେରାଲ୍ ଏବଂ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଏକ ଫଳ । ପିଲାଙ୍କଠାରୁ ବୃଦ୍ଧ ପର୍ୟ୍ୟନ୍ତ ଘରର ସମସ୍ତଙ୍କ ଖାଦ୍ୟରେ ଅମୃତଭଣ୍ଡା ସାମିଲ...