ଜଗତସିଂହପୁର : ଜଗତସିଂହପୁର ବ୍ଲକ ଅନ୍ତର୍ଗତ ପଟ୍ଟସରା ପଞ୍ଚାୟତର କୂଳପଟ୍ଟସରା ଠାରେ ବିଜୁ ଜନତା ଦଳ ତରଫରୁ ଜଗତସିଂହପୁର ଜିଲ୍ଲା ବିଜୁ ଜନତା ଦଳର ପୂର୍ବତନ ଜିଲ୍ଲା ସଭାପତି ତଥା ପୂର୍ବତନ ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ଅମରେନ୍ଦ୍ର ଦାସଙ୍କ ନେତୃତ୍ୱରେ ଏକ ପରିବାର ସମ୍ପର୍କ ଅଭିଯାନ ଘରେ ଘରେ ଶଙ୍ଖ କାର୍ୟ୍ୟକ୍ରମ ସଭାକାର୍ୟ୍ୟ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରାରମ୍ଭରେ ଆଳିପିଙ୍ଗଳ ଆମ୍ବତୋଟା ନିକଟରୁ ହଜାର ହଜାର କର୍ମୀ ଶ୍ରୀ ଦାସ ଙ୍କୁ ସ୍ୱାଗତ କରିଥିଲେ । ପରେ ପଦଯାତ୍ରାରେ ବାହାରି ଆଳିପିଙ୍ଗଳ ବଜାର ଦେଇ ପଟ୍ଟସରା ପଞ୍ଚାୟତ ଅଭିମୁଖେ ବାଇକ ଶୋଭାଯାତ୍ରା ରେ ଶ୍ରୀ ଦାସ ଯାଇଥିଲେ । ସେଠାରେ ଶହ ଶହ ସଂଖ୍ୟାରେ ମହିଳା ମାନେ ସ୍ବାଗତ କରିଥିଲେ । ପରେ ସେହି ଗ୍ରାମରେ ବାସିନ୍ଦା ମାନଙ୍କ ଘରେ ଦାସ ବିଜୁ ଜନତା ଦଳର ଆମ ଚି଼ହ୍ନ ଶଙ୍ଖ ଚି଼ହ୍ନର ଷ୍ଟିକରିଂ କରିଥିଲେ କ୍ଷଏହା ପରେ ଶ୍ରୀ ଦାସ ତାଙ୍କ ବକ୍ତବ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଯୁଗାନ୍ତକାରୀ ଲୋକାଭିମୁଖୀ ଯୋଜନା ସମ୍ପର୍କ ରେ ଆଲୋକପାତ କରିଥିଲେ । ଆଜିର ଏହି ପରିବାର ସମ୍ପର୍କ ଅଭିଯାନ ଘରେ ଘରେ ଶଙ୍ଖର ପ୍ରଚାର ପ୍ରସାର ହେବ କିପରି ଆମେ ସମସ୍ତ ପରିବାରକୁ ବିଜୁ ଜନତା ଦଳ ରେ ସାମିଲ କରିବା ନବୀନ ବାବୁଙ୍କ ହାତ ମୁଠାକୁ ଟାଣ କରିବାକୁ ଆହ୍ୱାନ ଦେଇଥିଲେ ।
ଅମରେନ୍ଦ୍ର ଦାସଙ୍କ ନେତୃତ୍ୱରେ ଘରେ ଘରେ ଶଙ୍ଖ ଓ ପରିବାର ସମ୍ପର୍କ ଅଭିଯାନ ଅନୁଷ୍ଠିତ

Facebook
Twitter
LinkedIn
Facebook
Twitter
LinkedIn
Recent News
ଦେଶୀ ମଦ ବୋଝେଇ ଗାଡି ଜବତ
ସୋରେ : ଦେଶୀ ମଦ ବୋଝେଇ ଗାଡି ଜବତ । ମବାସୀ ଗୋଡେଇ ଗୋଡେଇ ଧରିଲେ ମଦ ଗାଡି । ଗାଡ଼ିରୁ ବାହାରିଲା ବିପୁଳ ପରିମାଣର ଦେଶୀ...
ନୂଆ ଲୁକରେ ରଶ୍ମିକା , “ମାଇଁସା”ରେ ନଜର ଆସିବେ
ମୁମ୍ବାଇ : ଆଗାମୀ ଫିଲ୍ମର ପୋଷ୍ଟର ସୋସିଆଲ ମିଡିଆରେ ଜାରି କଲେ ରଶ୍ମିକା ମନ୍ଦାନା । ଛାବାର ଦମଦାର ସଫଳତା ପରେ ରଶ୍ମିକା ମନ୍ଦାନା ଏହି ସମୟରେ...
ରଥରେ ଗଜପତିଙ୍କ ଛେରା ପହଁରା
ପୁରୀ : ରଥ ଉପରେ ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଦ୍ୱାରା ଛେରାପହଁରା ନୀତି କରାଯାଇଛି । ଗଜପତି ମହରାଜ ଆଜି ଶ୍ରୀନଅରରୁ...
ଅହମଦାବାଦ ରଥଯାତ୍ରାରେ ଅଘଟଣ , ଡିଜେ ବାଜିବାରୁ ବେକାବୁ ହେଲା ଗଜରାଜ
ଅହମଦାବାଦ : ଅହମଦାବାଦ ରଥଯାତ୍ରାରେ ଘଟିଲା ଅଘଟଣ । ଡିଜେ ବାଜିବାରୁ ବେକାବୁ ହେଲା ହାତୀ । ଡିଜେର ପ୍ରଚଣ୍ଡ ଶବ୍ଦରେ ଅନିୟନ୍ତ୍ରିତ ହାତୀଟି ଏପଟ ସେପଟ...