ମୁମ୍ବାଇ : ଗତକାଲି ମୁମ୍ବାଇରେ ଅଭିନେତ୍ରୀ ନୋରା ଫତେହି ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ । ଯାହା ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏହି ଦୁର୍ଘଟଣାରେ ଅଭିନେତ୍ରୀଙ୍କ ମୁଣ୍ଡରେ ସାମାନ୍ୟ ଆଘାତ ଲାଗିଥିଲା । ଦୁର୍ଘଟଣା ପରେ ଅଭିନେତ୍ରୀ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ଏଥିସହ ସେଠାରେ ତାଙ୍କର ସିଟି ସ୍କାନ୍ ମଧ୍ୟ ହୋଇଥିଲା । ଅଭିନେତ୍ରୀ ଡେଭିଡ୍ ଗୁଏଟାଙ୍କ କନସର୍ଟରେ ଯୋଗ ଦେବା ପାଇଁ ଯାଉଥିବା ସମୟରେ ଜଣେ ମଦ୍ୟପ ତାଙ୍କ କାର୍ ସହ ଧକ୍କା କରିଥିଲେ । ଯାହାଫଳରେ ଅଭିନେତ୍ରୀ ଆହତ ହୋଇଥିଲେ । ତାଙ୍କ ଟିମ୍ ନୋରାଙ୍କୁ ହସ୍ପିଟାଲକୁ ନେଇଥିଲେ । ଡାକ୍ତରମାନେ ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଥିଲେ ।
Views: 100











