ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ତଥା ପୂର୍ବତନ ସାଂସଦ ଜୟାପ୍ରଦାଙ୍କୁ ପଳାତକ । ବାରମ୍ବାର ହାଜର ହେବାକୁ ନିର୍ଦ୍ଦେଶ ସତ୍ତ୍ବେ ଜୟପ୍ରଦା ହାଜର ନହେବାରୁ କୋର୍ଟ ତାଙ୍କୁ ପଳାତକ ଘୋଷଣା କରିଛନ୍ତି। ଜୟାପ୍ରଦାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରି ୟୁପି ପୋଲିସ ଏକ ଟିମ ଗଠନ କରି ୨୦୨୪ ମାର୍ଚ୍ଚ ୬ ସୁଦ୍ଧା ହାଜର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୯ ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପୂର୍ବତନ ସାଂସଦ ତଥା ଅଭିନେତ୍ରୀ ଜୟାପ୍ରଦାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ସେ ଆଚରଣ ବିଧି ଉଲ୍ଲଂଘନ କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲା ଉତ୍ତରପ୍ରଦେଶ ରାମପୁର କୋର୍ଟରେ ବିଚାରାଧୀନ ଅଛି। ତାରିଖ ଉପରେ ତାରିଖ ଗଡ଼ି ଚାଲିଥିଲେ ସୁଦ୍ଧା ଏହି ମାମଲାରେ ଜୟାପ୍ରଦା କୋର୍ଟରେ ହାଜର ହେଉନାହାନ୍ତି।
Views: 93











