The Ultimate Managed Hosting Platform
ADVERTISEMENT

ଅଭିନେତା ସୋନୁ ସୁଦଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି

Facebook
Twitter
LinkedIn

ପଞ୍ଜାବ : ବଲିଉଡ ଅଭିନେତା ସୋନୁ ସୁଦଙ୍କର ସମସ୍ୟା ବଢିବାରେ ଲାଗିଛି । ଗିରଫ ହୋଇ ପାରନ୍ତି ଅଭିନେତା ସୋନୁ ସୁଦ । ସୋନୁ ସୁଦଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରିଛି ଲୁଧିଆନା କୋର୍ଟ । ଏକ ଠକେଇ ଅଭିଯୋଗରେ ଲୁଧିଆନା କୋର୍ଟ ଏହି ଗିରଫ ପରୱାନା ଜାରି କରିଛନ୍ତି । କୁହାଯାଉଛି ଲୁଧିଆନା କୋର୍ଟ ୧୦ ଲକ୍ଷ ଟଙ୍କାର ଏକ ଠକେଇ ମାମଲାରେ ପଚରାଉଚରା ପାଇଁ ପୂର୍ବରୁ ସୋନୁଙ୍କ ସମନ ଜାରି କରିଥିଲେ । ହେଲେ ସେ ଏହାର କୌଣସି ଉତ୍ତର ରଖିନଥିଲେ କି କୋର୍ଟରେ ମଧ୍ୟ ହାଜର ହୋଇନଥିଲେ । ଯେଉଁଥିପାଇଁ ଏବେ ଲୁଧିଆନା କୋର୍ଟ ସୋନୁଙ୍କ ନାଁରେ ଗିରଫ ପରୱାନା ଜାରି କରିଛନ୍ତି। କୋର୍ଟ ଦ୍ୱାରା ଜାରି କରାଯାଇଥିବା ଆଦେଶରେ କୁହାଯାଇଛି, “ସୋନୁ ସୁଦଙ୍କୁ ସମନ କିମ୍ବା ୱାରେଣ୍ଟ ପ୍ରଦାନ କରାଯାଇଛି କିନ୍ତୁ ସେ କୋର୍ଟରେ ହାଜର ହୋଇନାହାଁନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login