ୟୁପି : ମା ସାଜିଲା ରାକ୍ଷସୀ । ଅବିବାହିତ ଝିଅ ଗର୍ଭବତୀ ହେବାରୁ ପେଟ୍ରୋଲ ଢାଳି ଜାଳିଦେଲା ମା । ଉତ୍ତର ପ୍ରଦେଶର ହାପୁଡ଼ରୁ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଗର୍ଭବତୀ ଯୁବତୀଙ୍କୁ ତାଙ୍କ ମା’ ଓ ଭାଇ ମିଶି ଜିଅନ୍ତା ଜାଳି ଦେଇଛନ୍ତି। ଏଥିରେ ଯୁବତୀଙ୍କ ଶରୀରର ୭୦ ପ୍ରତିଶତ ପୋଡ଼ିଯାଇଛି। ପୋଲିସ ସୂଚନା ଅନୁସାରେ, ଅବିବାହିତ ଝିଅ ଗର୍ଭବତୀ ଥିବା ନେଇ ଜଣେ ମହିଳାଙ୍କୁ ଖବର ମିଳିଥିଲା। ଏହାପରେ ମହିଳା ଏ ସମ୍ପର୍କରେ ନିଜ ପୁଅକୁ ଜଣାଇଥିଲେ। ପରେ ମା’, ପୁଅ ମିଶି ଝିଅକୁ ଘରଠୁ ଦୂର ଜଙ୍ଗଲକୁ ନେଇଯାଇଥିଲେ। ସେଠାରେ ସେମାନେ ଝିଅ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଘଟଣାରେ ଯୁବତୀଙ୍କ ଶରୀରର ୭୦ ପ୍ରତିଶତ ପୋଡ଼ି ଯାଇଛି। ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। ଖବର ପାଇ ପୋଲିସ ପହଞ୍ଚି ପୀଡ଼ିତାଙ୍କ ମା’ ଓ ଭାଇଙ୍କୁ ଗିରଫ କରିଛି। ସେମାନଙ୍କ ବିରୋଧରେ ସମ୍ବନ୍ଧିତ ଧାରାରେ ମାମଲା ରୁଜୁ କରାଯାଇଛି।
ପୋଲିସ କହିଛି ଯେ ୨୩ ବର୍ଷୀୟା ଏହି ଅବିବାହିତ ଯୁବତୀଙ୍କର ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଥିଲା। କିଛି ଦିନ ପରେ ଯୁବତୀ ଗର୍ଭବତୀ ହୋଇଥିଲେ। ଏ ସମ୍ପର୍କରେ ଯେତେବେଳେ ତାଙ୍କ ମା’ ଜାଣିବାକୁ ପାଇଥିଲେ, ସେତେବେଳେ ସେ ପୁଅ ସହିତ ମିଶି ଝିଅକୁ ଜାଳି ଦେବାକୁ ନିଷ୍ପତ୍ତି ନେଇଥିଲେ।ସ୍ଥାନୀୟ ଲୋକଙ୍କ କହିବା ହେଲା, ଅଭିଯୁକ୍ତ ମହିଳା ଏବଂ ତାଙ୍କ ପୁଅ ଗୁରୁବାର ଏହି କାଣ୍ଡ ଘଟାଇଛନ୍ତି। ଏହା ପୂର୍ବରୁ ସେମାନେ ଘରେ ଝିଅକୁ ନିସ୍ତୁକ ମାଡ଼ ମାରିଥିଲେ। ପରେ ଜଙ୍ଗଲକୁ ନେଇ ଦେହରେ ନିଆଁ ଲଗାଇ ଦେଇଥିଲେ।
ଅବିବାହିତ ଝିଅ ଗର୍ଭବତୀ ହେବାରୁ ଜଙ୍ଗଲକୁ ନେଇ ପେଟ୍ରୋଲ ଢାଳି ଜାଳିଦେଲା ମା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











