ରାଉରକେଲା : ଅବସରପ୍ରାପ୍ତ ପୁଲିସ କର୍ମଚାରୀଙ୍କ ଠାରୁ ଲୁଟି ନେଲେ ଦୁର୍ବୁତ୍ତ । ରାଉରକେଲା ସେକ୍ଟର -୧୯ ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ଆଗରୁ ହୋଇଛି ଲୁଟ୍ । ଏକ କଳା ପଲସର ବାଇକରେ ଦୁଇ ଯୁବକ ବ୍ୟାଙ୍କ ଆଗରୁ ଅବସରପ୍ରାପ୍ତ ପୁଲିସ କର୍ମଚାରୀ ସୋସେନ ମାଝୀଙ୍କ ହାତରୁ ଟଙ୍କା ଭର୍ତ୍ତି ବ୍ୟାଗ ଝାମ୍ପି ଫେରାର ହୋଇଯାଇଛନ୍ତି । ସୋସେନ ୫ ଲକ୍ଷ ଉଠାଇବା ପରେ ବ୍ୟାଙ୍କରୁ ବାହାରି ଥିଲେ। ରାସ୍ତା ପାରି ହୋଇ ଗାଡି ପାଖକୁ ଯାଉଥିଲା ବେଳେ ଦୁଇ ଯୁବକ କଳା ପଲସରରେ ଆସି ଟଙ୍କା ବ୍ୟାଗ୍ ଝାମ୍ପି ଫେରାର ହୋଇ ଯାଇଥିଲେ। ସେକ୍ଟର ୧୯ ପୁଲିସ ପହଞ୍ଚି ତଦନ୍ତ ଚଳାଇଛି।
Views: 35