The Ultimate Managed Hosting Platform
ADVERTISEMENT

ଅବକାରୀ ବିଭାଗ ଗାଡି ଧକ୍କାରେ ବାଇକ୍ ଆରୋହୀ ଗୁରୁତର

Facebook
Twitter
LinkedIn

ବାରିପଦା : ଅବକାରୀ ବିଭାଗ ଗାଡି ଧକ୍କାରେ ଦୁଇ ବାଇକ୍ ଆରୋହୀ ଗୁରୁତର ହୋଇଛନ୍ତି । ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଦରକୋଳି ଛକରେ । କୁଳିଅଣା ଅବକାରୀ ଅଧିକାରୀଙ୍କ ବୋଲେରୋ ଦୁର୍ଘଟଣା ଘଟାଇ ପଳାଉଥିବା ବେଳେ ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣରେ ଲହୁଲୁହାଣ ହୋଇଛନ୍ତି ଅବକାରୀ କର୍ମଚାରୀ । ବାଇକରେ ଆସୁଥିବା ଗଣେଶ ନାଥ ଏବଂ ପୁଅ ଅମରେଶ ନାଥଙ୍କୁ ଅବକାରୀ ବିଭାଗ ଗାଡି ଧକ୍କା ଦେଇ ଘଟଣାସ୍ଥଳରୁ ପଳାଇ ଆସିଥିଲା ।

ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଡାକି ଉଭୟ ଆହତଙ୍କୁ ମେଡିକାଲ ପଠାଇଥିଲେ। ଦୁର୍ଘଟଣା ଘଟାଇଥିବା ଅବକାରୀ ବିଭାଗର ଗାଡିକୁ ସ୍ଥାନୀୟ ଲୋକେ ବାରିପଦା ମୂର୍ଗାବାଡ଼ି ଛକଠାରେ ଅଟକାଇ ଭଙ୍ଗାରୁଜା କରିଛନ୍ତି । ଘଟଣାସ୍ଥଳରେ ବାରିପଦା ଟାଉନ ଥାନା ପୋଲିସ ପହଞ୍ଚି ଗାଡିକୁ ଜବତ କରିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login